Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି , ବିମାନରେ ଏବେ ବୁକିଂ ହୋଇପାରିବ ମଝି ସିଟ୍

27/06/2020 at 11:02 AM

ନୂଆଦିଲ୍ଲୀ ୨୭।୦୬: ବିମାନ ଉଡାଣ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତିକର ଖବର । ଏଣିକି ବିମାନର ମଝି ସିଟ୍‌ ପାଇଁ ବୁକିଂ କରିପାରିବେ ଯାତ୍ରୀ, ମଝି ସିଟ୍‌ରେ ଯାତ୍ରା ମଧ୍ୟ କରିପାରିବେ । ସୁପ୍ରିମକୋର୍ଟ ଦେଶର ବିମାନ ଉଡାଣ କମ୍ପାନୀଙ୍କୁ ଶୁକ୍ରବାର ଦିନ ଆଶ୍ୱସ୍ତିକର ଖବର ପ୍ରଦାନ କରିଛନ୍ତି । ବିମାନର ମଝି ସିଟ୍‌ ପାଇଁ ବୁକିଂ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍‌ ସଂଜୟ କିଶାନ କୌଲ ଓ ଜଷ୍ଟିସ୍‌ ବି.ଆର୍‌ ଗବଇଙ୍କ ଅବକାଶକାଳୀନ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଏୟାର ଇଣ୍ଡିଆର ପାଲଲ ଦେବେନ୍‌ କନାନୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

ସେ କରୋନା ମହାମାରୀ ସମୟରେ ବିମାନର ମଝି ସିଟ୍‌ରେ ବୁକିଂ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ନିର୍ଣ୍ଣୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ୩୧ ମେ ଘୋଷିତ ନିର୍ଦ୍ଦେଶକୁ ନେଇ ବିରୋଧ କରି ଏକ ମାମଲା ଦାୟର ହୋଇଥିଲା । ସୁପ୍ରିମକୋର୍ଟରେ ଏବେ ଅବକାଶ ଜାରି ରହିଛି । କିନ୍ତୁ ଏହି ସମୟରେ ମାମଲା ଦାୟର ହୋଇଥିଲା, ଏବଂ ସୁପ୍ରିମକୋର୍ଟଙ୍କ ଏହି ମାମଲାର ଶୁଣାଣି କରିଛନ୍ତି । ବିମାନର ମଝି ସିଟ୍‌ ବୁକିଂ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ମଝି ସିଟ୍‌ ବୁକିଂକୁ ନେଇ ଚାଲିଥିବା ବିବାଦରେ କିଛିଟା ଅନ୍ତ ଘଟିଛି ବୋଲି ମନେ କରାଯାଉଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ବୁକିଂ ହେବେ ବିମାନର ମଝି ସିଟ୍‌ ।

   Related Posts