ଖୁସି ଖବର : ଏବେ WhatsApp ଜରିଆରେ ବୁକ୍ କରିବେ ଗ୍ୟାସ୍ ସିଲିଣ୍ଡର ଏବଂ ଅନଲାଇନରେ କରିବେ ପେମେଣ୍ଟ୍

Published By : Prameya-News7 Bureau | May 27, 2020 IST

ନୂଆଦିଲ୍ଲୀ ୨୭/୫: ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ(ବିପିସିଏଲ୍) ଗ୍ରାହକଙ୍କ ସୁବିଧା ପାଇଁ ଦେଶବ୍ୟାପି ହ୍ବାଟସଆପ୍ ଜରିଆରେ ରୋଷେଇ ଗ୍ୟାସ୍ ବୁକିଂ କରିବାର ସେବା ଆରମ୍ଭ କରିବାକୁ ମଙ୍ଗଳବାର ଘୋଷଣା କରିଥିଲେ। ଦେଶର ଏହା ଦ୍ବିତୀୟ ସବୁଠୁ ବଡ଼ ପେଟ୍ରୋଲିୟମ୍ ବିତରଣ କମ୍ପାନୀ ବିନିବେଶ ସୂଚୀରେ ରଖାଯାଇଛି। କମ୍ପାନୀର ୭.୧୦କୋଟି ଏଲପିଜି ଗ୍ରାହକ ଅଛନ୍ତି। ବିପିସିଏଲ୍ କହିଛି ମଙ୍ଗଳବାରଠୁ ଭାରତ ଗ୍ୟାସର ଦେଶବ୍ୟାପି ଥିବା ଗ୍ରାହକ ଯେକୌଣସି ସ୍ଥାନରୁ ହ୍ବାଟସଆପ୍ ଜରିଆରେ ରୋଷେଇ କରିବାକୁ ଗ୍ୟାସ୍ ସିଲିଣ୍ଡର ବୁକ୍ କରାଇ ପାରିବେ। କମ୍ପାନୀ କହିଛି ଯେ କମ୍ପାନୀ ସିଲିଣ୍ଡର ବୁକିଂ ପାଇଁ ଏକ ନୂଆ ହ୍ବାଟସଆପ୍ ବିଜ୍‌ନେସ୍ ଚ୍ୟାନେଲ୍ ଆରମ୍ଭ କରିଛି।

 କମ୍ପାନୀ କହିଛି ଯେ ହ୍ବାଟସଆପରେ ଏହି ବୁକିଂ ବିପିସିଏଲ୍ ସ୍ମାର୍ଟଲାଇନ୍ ନମ୍ବର--1800224344 – ରେ ଗ୍ରାହକଙ୍କ କମ୍ପାନୀ ପାଖରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ହୋଇପାରିବ। ବିପିସିଏଲର ବିପଣନ ନିର୍ଦେଶକ ଏହି ଆପ୍‌କୁ ଜାରି କରି କହିଛନ୍ତି ଯେ ହ୍ବାଟସ୍ଆପ୍ ଜରିଆରେ ଏଲପିଜି ବୁକିଂ କରିବାର ଏହି ନିୟମ ଦ୍ବାରା ଗ୍ରାହକଙ୍କୁ ଆହୁରି ସହଜ ହେବ। ହ୍ବାଟସଆପ୍ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ସାମାନ୍ୟ ହୋଇଗଲାଣି। ଯୁବବର୍ଗ ହୁଅନ୍ତୁ କିମ୍ବା ବୟସ୍କ ସମସ୍ତେ ଏହାର ବ୍ୟବହାର କରନ୍ତି ଏବଂ ଏହି ନୂତନ ଆରମ୍ଭରୁ ଆମେ ନିଜ ଗ୍ରାହକଙ୍କ ଆହୁରି ନିକଟତର ହେବା।

କମ୍ପାନୀର କାର୍ଯ୍ୟକାରୀ ନିର୍ଦେଶକ,ଏଲପିଜିର ମୁଖ୍ୟ କହିଛନ୍ତି ଯେ ହ୍ବାଟସଆପ୍ ଜରିଆରେ ବୁକିଂ କରିବା ପରେ ଗ୍ରାହକଙ୍କୁ ମ୍ୟାସେଜ ଆସିବ। ଏହା ସହିତ ଏକ ଲିଙ୍କ ମଧ୍ୟ ମିଳିବ ଯେଉଁଥିରେ ସେ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ଼,ୟୁପିଆଇ ଏବଂ ଆମାଜନ୍ ଭଳି ଅନ୍ୟ ଇନଭେଷ୍ଟ ଆପ୍ ଜରିଆରେ ମଧ୍ୟ ଟଙ୍କା ଦେଇପାରିବେ। କମ୍ପାନୀ ଏହା ସହ ଏଲପିଜି ଡେଲିଭରି ଉପରେ ନଜର ରଖିବାକୁ ଏବଂ ଗ୍ରାହକଙ୍କୁ ଏହା ବିଷୟରେ ପ୍ରତିକ୍ରିୟା ନେବା ଭଳି ପଦକ୍ଷେପ ଉପରେ ଅଧିକ ଧ୍ୟାନ ଦେଉଛି। ଭବିଷ୍ୟତରେ କମ୍ପାନୀ ଗ୍ରାହକଙ୍କୁ ସୁରକ୍ଷା ସଚେତନତା ସହ ଆହୁରି ସୁବିଧା ମଧ୍ୟ ପ୍ରଦାନ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.