Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଆର୍ଶୀବାଦଙ୍କୁ ଅଟକାଇବ କିଏ : ଓସିଏରେ ପୁଅ , ଫାଓରେ ବାପ !

3/02/2020 at 2:26 PM

କଟକ ୦୩।୦୨:  ଓସିଏ ଚୌକି ଖସିବା ପରେ ନୂଆ ଚୌକି ଅପେକ୍ଷାରେ ଥିଲେ ଆଶୀର୍ବାଦ । ବେଶ୍‌ ଚତୁରତାର ସହ ଗୋଟି ଚାଳନା କରି ପୁଅ ସଞ୍ଜୟ ବେହେରାଙ୍କୁ ଓସିଏ ସମ୍ପାଦକ କରାଇବା ପରେ ଏବେ ସଞ୍ଜୟଙ୍କ ପୁରୁଣା ଚୌକି (ଫାଓ ସମ୍ପାଦକ) ମାଡ଼ି ବସିବାକୁ ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି ଆଶୀର୍ବାଦ । ଏଭଳି ସ୍ଥିତିକୁ ନେଇ ବାରବାଟୀ ଷ୍ଟାଡିୟମ୍‌ ଠାରେ ଚୌକି ଅଦଳବଦଳ ରାଜନୀତି ଜୋର୍‌ ଧରିଛି ।

ଫୁଟବଲ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଫାଓ) ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୫ଟି ପଦ ପଦବୀ ପାଇଁ ମୋଟ୍‌ ୨୦ଜଣ ଆଶାୟୀ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି । ଦାଖଲ କରିଥିବା ନାମାଙ୍କନ ପତ୍ର ମଧ୍ୟରୁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ସମ୍ପାଦକ ପଦବି ପାଇଁ ଆଶୀର୍ବାଦ ନାମାଙ୍କନ ଦାଖଲ କରିଥିବା ବେଳେ ନିର୍ବାଚନରେ ସେ ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି ।

୨୦୧୯ ଅଗଷ୍ଟ ୨୫ତାରିଖରେ ଫାଓର ସମ୍ପାଦକ ପଦବିରୁ ସଞ୍ଜୟ ବେହେରା ଇସ୍ତଫା ଦେଇଥିଲେ । ପରେ କାଉନସିଲ୍‌ ନଥିବାରୁ ସେବେଠାରୁ ଅଭିଜିତ୍‌ ପାଲ୍‌ କାର୍ଯ୍ୟକାରୀ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ତେବେ ଏବେ ପ୍ରାୟ ୫ମାସ ପରେ ଫାଓ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ସଞ୍ଜୟଙ୍କ ପରେ ସମ୍ପାଦକ ପଦବି ପାଇଁ ଏଥର ଫାଓରେ ନୂଆ ମୁହଁ ଦେଖିବାର ଆଶା କରାଯାଉଥିଲା । ଏମିତିକି ଅନେକ ଦୌଡ଼ରେ ବି ଥିଲେ । କିନ୍ତୁ ଏସବୁ ଆକଳନ ଭୁଲ୍‌ ପ୍ରମାଣିତ ହେଲା । ଆସନ ଓ ପଦବି ମୋହରେ ଆଶୀର୍ବାଦ ଫାଓ ଆଡକୁ ମୁହାଁଇଲେ ବୋଲି କୁହାଯାଉଛି । ପୁଅ ସଞ୍ଜୟକୁ ଓସିଏ ସମ୍ପାଦକ କରାଇ ଫାଓରେ ନିଜକୁ ଅବସ୍ଥାପିତ କରିବାକୁ ଆଶୀର୍ବାଦ ଏକ ଜବରଦସ୍ତ ଖେଳ ଖେଳିଲେ ବୋଲି ଆଲୋଚନା ହେଉଛି ।

ଫାଓର ୧୫ଟି ପଦବି ପାଇଁ ନିର୍ବାଚନ ହେବ । ଏଥିରେ ସଭାପତି, କାର୍ଯ୍ୟକାରୀ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ୩ଟି ଯୁଗ୍ମସମ୍ପାଦକ ଓ ୮ଟି ଉପସଭାପତି ପଦବି ଅନ୍ତର୍ଭୁକ୍ତ । ତେବେ ଉପସଭାପତି ପଦବିକୁ ଛାଡ଼ିଲେ ଅନ୍ୟ ସବୁ ପଦବିରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ । ଦେବାଶିଷ ସାମନ୍ତରାୟ ସଭାପତି, ଡ.ଶ୍ରୀକର ମିଶ୍ର କାର୍ଯ୍ୟକାରୀ ସଭାପତି, ଆଶୀର୍ବାଦ ବେହେରା ସମ୍ପାଦକ, ଅଭିଜିତ ପାଲ୍‌, ସହିଦ ଜବାର୍‌, ବିଶ୍ୱରଞ୍ଜନ ଘଡେଇ ଯୁଗ୍ମସମ୍ପାଦକ ଓ ଭକ୍ତବଲ୍ଲଭ ଦାସ କୋଷାଧ୍ୟକ୍ଷ ପଦବି ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏମାନଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ନଥିବାରୁ ଏମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ । ସେହିପରି ୮ଟି ଉପସଭାପତି ପଦବି ପାଇଁ ୧୩ଜଣ ଆଶାୟୀ ରହିଛନ୍ତି । ବିଜୟ ଦାସ, ଦିଲ୍ଲୀପ ସାହୁ, ପ୍ରଦୀପ କିଶୋର ମହାନ୍ତି, ରବିନାରାୟଣ ପଣ୍ଡା, ହୃଦୟ ରଞ୍ଜନ ବେହେରା, ବସନ୍ତ କୁମାର ପାଣିଗ୍ରାହୀ, ଆକମଲ୍‌ ଅଲ୍ଲୀ, ଡ.ଜନାର୍ଦ୍ଦନ ଦାସ, ରାଜେନ୍ଦ୍ର ମହାନ୍ତି, ଯୁଗଳ ସିଂ, ପ୍ରଦୀପ କୁମାର ଦାଶ, ଉପେନ୍ଦ୍ର ନାଥ ଦାସ, ଜୀବନ ମହାନ୍ତି ପ୍ରମୁଖ ଉପସଭାପତି ପଦବି ଦୌଡ଼ରେ ରହିଛନ୍ତି । ଆସନ୍ତା ୪ତାରିଖରେ ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ସୁଯୋଗ ଦିଆଯାଇଛି ।

   Related Posts