Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

କରୋନା ଲଢେଇ ପାଇଁ ମିଳିଲା ଆଉ ଏକ ଅସ୍ତ୍ର, ଆଣ୍ଟିବଡି କକଟେଲ୍‌କୁ ଭାରତରେ ମିଳିଲା ଜରୁରୀକାଳୀନ ମଞ୍ଜୁରୀ

5/05/2021 at 9:28 PM

ନୂଆଦିଲ୍ଲୀ ୦୫।୦୫: ଦେଶ ବର୍ତ୍ତମାନ କରୋନା ମହାମାରୀର ଦ୍ଵିତୀୟ ଲହର ସହ ସଂଘର୍ଷ କରୁଛି। ମୃତକଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ଏହା ମଧ୍ୟରେ ଔଷଧ ନିୟାମକ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ଅର୍ଥାତ ସିଡିଏସସିଓ ସ୍ଵିଜରଲାଣ୍ଡର ଫାର୍ମା କମ୍ପାନୀ ରୋଶେ ଓ ରେଗେନେରନ ଦ୍ଵାରା ବିକଶିତ ଏକ ଆଣ୍ଟିବଡି ଔଷଧ କକଟେଲ୍‌ କାସିରିଭିମାବ ଓ ଇମଡେଭିମାବ ଔଷଧକୁ ଜରୁରୀକାଳୀନ ମଞ୍ଜୁରୀ ଦେଇଛି।

ରୋଶେ ନିଜର ବୟାନରେ କହିଛି ଯେ, ଆମେରିକା ଓ ୟୁରୋପୀୟ ୟୁନିୟନରେ ଜରୁରୀକାଳୀନ ମଞ୍ଜୁରୀ ପରେ ମିଳିଥିବା ସକରାତ୍ମକ ତଥ୍ୟ ଆଧାରରେ ଭାରତରେ କାସିରିଭିମାବ ଓ ଇମଡେଭିମାବକୁ ଜରୁରୀକାଳୀନ ମଞ୍ଜୁରୀ ଦିଆଯାଇଛି। କମ୍ପାନୀ କହିଛି ଯେ, ଆଣ୍ଟିବଡି କକଟେଲ୍‌କୁ ବୟସ୍କ ଓ ୧୨ ବର୍ଷ କିମ୍ବା ସେଥିରୁ ଅଧିକ ବୟସର ଲୋକଙ୍କୁ ଦିଆଯାଇ ପାରିବ।

ଔଷଧ କମ୍ପାନୀ ରୋଶେ ଫାର୍ମା ଭାରତର ଏମଡି ଭି ସିମ୍ପସନ ଇମାନୁଏଲ କହିଛନ୍ତି, ଭାରତରେ କରୋନା ରୋଗୀଙ୍କ ବଢୁଥିବା ସଂଖ୍ୟା ମଧ୍ୟରେ ଏହି ଟିକାକୁ ମଞ୍ଜୁରୀ ଦିଆଯାଇଛି। ଏହା ଦ୍ଵାରା ସ୍ଵାସ୍ଥ୍ୟବସ୍ଥା ଉପରେ ପଡୁଥିବା ଚାପକୁ କମ କରିବାରେ ଏହା ସହାୟକ  ହେବ। ଆଣ୍ଟିବଡି କକ୍‌ଟେଲ୍‌ କାସିରିଭିମାବ ଓ ଇମଡେଭିମା ଔଷଧ କରୋନା ବିରୋଧ ଲଢେଇ ଓ ଅଧିକ ବିପଦ ଥିବା ରୋଗୀ ଜଟିଳ ହେବା ପୂର୍ବରୁ ଚିକିତ୍ସାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

   Related Posts