Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ସୀମା ମାନୁନି ଆନ୍ଧ୍ର, ସାମ୍ନାକୁ ଆସୁଛି ପଡୋଶୀର ମନମାନି : ରାୟଗଡାରେ ରାସ୍ତା ଓ ପୋଲ ନିର୍ମାଣ କରୁଛି ଆନ୍ଧ୍ର, କାମ ବନ୍ଦ କଲା ଜିଲ୍ଲା ପ୍ରଶାସନ

19/02/2021 at 9:42 AM

ରାୟଗଡ଼ା ୧୯।୦୨: କୋଟିଆ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଯାଇଛନ୍ତି ରାଜ୍ୟ ସରକାର । ହେଲେ ଏପଟେ ରାୟଗଡ଼ା ଜିଲ୍ଲାରେ ଓଡ଼ିଶା ସୀମାର ୫୦୦ମିଟର ଭିତରକୁ ପଶି ରାସ୍ତା ଓ ପୋଲ ନିର୍ମାଣ କରୁଛି ଆନ୍ଧ୍ର । ଗତ ଜାନୁଆରୀ ମାସରୁ ବିଜୟ ନଗରମ୍ ପ୍ରଶାସନ ଏଭଳି ବେଧଡ଼କ ନିର୍ମାଣ କାମ ଚଳାଇଥିବା ବେଳେ ନିକଟରେ ଅଭିଯୋଗ ପରେ ରାୟଗଡ଼ା ଜିଲ୍ଲା ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି କାମ ବନ୍ଦ କରିଛି ।

ସୀମା ମାନୁନି ଆନ୍ଧ୍ର । ବାରମ୍ବାର ସାମ୍ନାକୁ ଆସୁଛି ପଡ଼ୋଶୀର ମନମାନି । ସୀମାନ୍ତ ଜିଲ୍ଲାଗୁଡ଼ିକରେ ଅବାଧ ପ୍ରବେଶ କରି ରାସ୍ତା ଓ ପୋଲ ନିର୍ମାଣ କରୁଛି ଆନ୍ଧ୍ର ପ୍ରଶାସନ । ରାୟଗଡ଼ା ଜିଲ୍ଲାର ବୈରାଗୀହାଲୁଆ ପଞ୍ଚାୟତର ସାନକୁଲୁଟି ଗାଁ ନିକଟରେ ନିର୍ମାଣାଧୀନ ରାସ୍ତା ଓ ପୋଲ ନିର୍ମାଣ ଚାଲିଛି । ଏହାକୁ ରାୟଗଡ଼ା ଜିଲ୍ଲା ପ୍ରଶାସନ କିମ୍ବା ଓଡ଼ିଶା ସରକାର କରୁନାହାନ୍ତି । ଓଡ଼ିଶା ସୀମାରୁ ୫୦୦ମିଟର ଭିତରକୁ ପଶି ଏଭଳି ରାସ୍ତା ଓ ପୋଲ କାମ କରୁଛି ଆନ୍ଧ୍ର ପ୍ରଦେଶର ବିଜୟ ନଗରମ୍ ଜିଲ୍ଲା ପ୍ରଶାସନ । ଗତ କିଛି ମାସ ଧରି ଆନ୍ଧ୍ରର ଏଭଳି ବେଧଡ଼କ କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ ବି କରିଛନ୍ତି । ହେଲେ ସ୍ଥାନୀୟ ପ୍ରଶାସନର ଉଦାସୀନ ମନୋଭାବ ଯୋଗୁଁ ମନମାନି ଚଳାଇଥିଲା ବିଜୟନଗରମ୍ ପ୍ରଶାସନ ।

ତେବେ ବିଜୟନଗରମ୍ ଜିଲ୍ଲାର ବିରପାଡ଼ୁ ପଞ୍ଚାୟତ ଅଧୀନରେ ଥିବା ଲାଡ୍ଡା ଗାଁ ଠାରୁ ମାତ୍ର ୧୦୦ମିଟର ପରେ ଆନ୍ଧ୍ରର ସୀମା ଶେଷ ହେଉଛି । ଏହି ଠାରେ ଓଡ଼ିଶା ଓ ଆନ୍ଧ୍ରର ସୀମା ଚିହ୍ନଟ ପାଇଁ ଗୋଟେ ଛୋଟ କଲଭର୍ଟ ରହିଛି । ହେଲେ ଏହି କଲଭର୍ଟ ଠାରୁ ୫୦୦ମିଟର ଓଡ଼ିଶା ଭିତରେ ପଶି ଆନ୍ଧ୍ରର ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ଓ ପୋଲ ନିର୍ମାଣ କରାଯାଉଛି । ଗଲା ଜାନୁଆରୀ ମାସରୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଏଥି ପ୍ରତି ରାୟଗଡ଼ା ଜିଲ୍ଲା ପ୍ରଶାସନ ନଜର ଅନ୍ଦାଜ କରିଆସିଥିଲା ।

ସାନକୁଲୁଟି ଗାଁ ଠାରୁ ମାତ୍ର କିଛି ବାଟ ଦୂରରେ ଥିବା ବାସିକାଡ଼ା ନାଳ ଉପରେ ପୋଲଟି ନିର୍ମାଣ କରାଯାଉଛି । ୮୧ମିଟର ଲମ୍ବ ବିଶିଷ୍ଟ ଏହି ପୋଲକୁ ନିର୍ମାଣ କରିବା ସହ ସାନକୁଲୁଟି ଗାଁ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତା ମଧ୍ୟ ତିଆରି କରୁଛି ଆନ୍ଧ୍ର । ଚଞ୍ଚକତା କରି ନିଜ ରାଜ୍ୟର ସୀମା ବଢ଼ାଇବାକୁ ଏଭଳି ଚାଲ୍ ଚଳାଇଛି ଆନ୍ଧ୍ର ।

ଏହି ଘଟଣାର ଅଭିଯୋଗ ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ସଂପୃକ୍ତ ସ୍ଥାନରେ ପହଞ୍ଚି ଆନ୍ଧ୍ର ପ୍ରଶାସନର କାମକୁ ବନ୍ଦ କରିଛି । ଏଥି ସହ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଠାରେ ନିର୍ମାଣାଧୀନ ଏକ ସିସି ରୋଡ଼ର କାମକୁ ମଧ୍ୟ ପୁଣି ଥରେ ଆରମ୍ଭ କରିଛି ପ୍ରଶାସନ ।

   Related Posts