Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

ଆମାଜନକୁ ମିଳିଲା ଟ୍ରମ୍ପଙ୍କ ଅନୁମତି, ଡ୍ରୋନରେ ହେବ ସାମଗ୍ରୀ ଡେଲିଭରି

2/09/2020 at 6:20 PM

ନୂଆଦିଲ୍ଲୀ ୦୨/୦୯ : ବିଶ୍ବର ନମ୍ବର ଓ୍ବାନ୍ ଇ-କମର୍ସ କମ୍ପାନି ଆମାଜନ୍ ଆକାଶରୁ ଖାଦ୍ୟ ଡେଲିଭରି କରିବ। ଅର୍ଥାତ୍ ଡ୍ରୋନ୍ ଜରିଆରେ ଲୋକଙ୍କ ଦୁଆର ମୁହଁରେ ଜିନିଷ ପହଞ୍ଚାଇବ ଅାମାଜନ୍। କମ୍ପାନି ଏହାକୁ ନେଇ ଦୀର୍ଘ ଦିନ ହେବ କାମ କରି ଆସୁଥିଲା। ଏବେ ଆମେରିକା ସରକାର ଦେଇଛ୍ତି ଅନୁମତି। ଆମାଜନ ପ୍ରାଇମ୍ ଏୟାରକୁ ଏଭିଏସନ୍ ଆଡମିନିଷ୍ଟେ୍ରସନ ‘ଏୟାର୍ କ୍ୟାରିୟର’ ନାମରେ ନାମିତ କରିଛି। ଗତ ବର୍ଷ ପରୀକ୍ଷଣ କାର୍ଯ୍ୟକ୍ରମ ଜରିଆରେ ଆମାଜନ ଡ୍ରୋନ୍ ଡେଳିଭରି ଅନାବରଣ କରିଥିଲା। । ତେବେ ଡ୍ରୋନ୍ ଡେଲିଭରିକୁ ଅନୁମୋଦନ ଦେଇଛି ଏଫ୍ଏଫଏ। ଆମାଜନର ଏ ସୁବିଧା ପ୍ରଥମେ ଆମେରିକାବାସୀ ପାଇବେ। ଆମେରିକାରେ କମ୍ପାନି ଗ୍ରାହକଙ୍କ ପାଖରେ ଡ୍ରୋନ ଜରିଆରେ ସେବା ଯୋଗାଇବ।

ଏଫ୍ଏଫଏ ପୃଥିବୀର କୋଣ ଅନୁକୋଣରେ ଗ୍ରାହକଙ୍କ ପାଖରେ ଏହା ଜରିଆରେ ଗୋଟିଏ ଦିନରେ ଖାଦ୍ୟ ପହଞ୍ଚିବ ବୋଲି ଆଶାବାଦୀ ଅଛି। ଆମାଜନ ତାର ନିଜସ୍ବ ଡେଲିଭରି ଆରମ୍ଭ କରିଛି। ଏଫ୍ଏଫଏ ସାର୍ଟିଫିକେଟ୍ ପାଇଁ କମ୍ପାନିକୁ ପାଇଲଟ୍ ଟ୍ରେନିଂ କାର୍ଯ୍ୟକ୍ରମ ତଥା ଡ୍ରଗ ଟେଷ୍ଟର ସମସ୍ତ ତଥ୍ୟ ଦେବାକୁ ହେବ। ଗତବର୍ଷ ଏମ୍କେ-୨୭ ନାଁରେ ଫ୍ୟାମିଲି ଡ୍ରୋନ୍ର ଅନାବରଣ କରିଥିଲା କମ୍ପାନି।

   Related Posts