Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||

ଏବେ ଟେଲିକମ୍ୟୁନିକେସନ ସେକ୍ଟର ଉପରେ Alon Muskଙ୍କ ନଜର, ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

23/01/2021 at 9:24 PM

ନିକଟରେ ବିଶ୍ୱର ୧ ନମ୍ବର ଧନିକ ପାଲଟିଥିବା ଏଲନ ମସ୍କ ଏବେ ଭିନ୍ନ ବ୍ୟବସାୟ ଉପରେ ନଜର ପକାଇଛନ୍ତି। ବିଶ୍ୱ ଅଟୋ ଇଣ୍ଡଷ୍ଟ୍ରିକୁ ନିଜ ନିୟନ୍ତ୍ରଣକୁ ନେଇଥିବା ମସ୍କ ଏବେ ଟେଲିକମ୍ୟୁନିକେସନ ସେକ୍ଟରରେ ନିଜର ସ୍ଥିତି ମଜଭୁତ କରିବାକୁ ଚାହୁଁଛନ୍ତି। ଯେଉଁଥିରେ ସେ ଏକ ଗ୍ଲୋବାଲ ବ୍ରଡବ୍ୟାଣ୍ଡ ସର୍ଭିସ ଆରମ୍ଭ କରିବାକୁ ଚାହୁଁଥିବା ବେଳେ ଏଥିଲାଗି ଏବେ ପ୍ରସ୍ତୁତି ଆରମ୍ଭ କରିଦଇଛନ୍ତି।   

ମସ୍କଙ୍କ ସ୍ପେସ୍ ଏକ୍ସପ୍ଲୋରେସନ ଚେକ୍ନୋଲଜି କର୍ପ (ସ୍ପେସ୍-ଏକ୍ସ) ନିଜର ଷ୍ଟାରଲିଂକ ଇଣ୍ଟରନେଟ୍ ସର୍ଭିସେସ୍ ଲାଗି ଏପର୍ଯ୍ୟନ୍ତ ୧ ହଜାରରୁ ଊର୍ଦ୍ଧ୍ୱ ସାଟେଲାଇଟ୍‌ ଅନ୍ତରୀକ୍ଷରେ ସ୍ଥାପନା କରିସାରିଲାଣି। ସାରା ବିଶ୍ୱରେ ଇଣ୍ଟରନେଟ୍‌ର ୧ ଟ୍ରିଲିୟନ କାରବାର ରହିଛି। ଯାହାକୁ ମସ୍କ ଏବେ ତାଙ୍କ ଷ୍ଟାରଲିଂକ ଇଣ୍ଟରନେଟ୍‌ ରେ ପରିଚାଳନା କରିବାକୁ ଚାହୁଁଛନ୍ତି।

ଏଥିଲାଗି ମସ୍କଙ୍କ କମ୍ପାନୀ ସ୍ପେସ୍-ଏକ୍ସ ତାଙ୍କ ଫାଲକନ୍‌-୯ ରକେଟ୍ ଜରିଆରେ ପୃଥିବୀ କକ୍ଷପଥକୁ ଷ୍ଟାରଲିଂକ୍ ସାଟେଲାଇଟ୍ ପଠାଇବାରେ ଲାଗିଛନ୍ତି। କମ୍ପାନୀ ଗୋଟିଏ ଗୋଟିଏ ବ୍ୟାଚ୍‌ରେ ୬୦ଟି ଲେଖାଏଁ ଉପଗ୍ରହକୁ ଆର୍ଥ ଅର୍ବିଟ୍‌ରେ ସଫଳତାର ସହ ସ୍ଥାପନା କରିଥିବାର ନଜିର ରହିଛି। ଗତ ଜାନୁୟାରୀ ୨୦ ତାରିଖ ଦିନ ଫାଲକନ ରକେଟ୍‌ ସପ୍ତଦଶତମ ଷ୍ଟାରଲିଂକ୍ ଲଞ୍ଚ କରିଛି।

ଷ୍ଟାରଲିଂକ୍‌ର ସମସ୍ତ ଉପଗ୍ରହ ପୃଥିବୀ ନିମ୍ନ କକ୍ଷରେ ସ୍ଥାପିତ ହୋଇଛନ୍ତି। ଏଣୁ ଏପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ଯୋଗାଇ ଦେଉଥିବା ପାରମ୍ପରିକ ଉପଗ୍ରହଙ୍କ ଠାରୁ ଏଗୁଡିକ ପୃଥିବୀର ଅତି ନିକଟରେ ଥିବାରୁ ଦ୍ରୁତତର ଇଣ୍ଟରନେଟ୍‌ ସେବା ଯୋଗାଇ ଦେଇପାରିବ ବୋଲି ଅନୁମାନ କରାଯାଉଛି। କମ୍ପାନୀ ଏପର୍ଯ୍ୟନ୍ତ ସ୍ଥାପିତ କରିଥିବା ଉପଗ୍ରହ ମାଧ୍ୟମରେ ସମଗ୍ର ଉତ୍ତର ଆମେରିକା ଓ ବ୍ରିଟେନକୁ ଇଣ୍ଟରନେଟ୍‌ ସେବା ଯୋଗାଇ ଦେବାକୁ ସମର୍ଥ।

ଏଲନ୍‌ ମସ୍କଙ୍କ ଏହା ଏକ ମହତ୍ୱାକାଙକ୍ଷୀ ଯୋଜନା ନିଶ୍ଚିତ। ହେଲେ ବଜାର ପ୍ରତିଦ୍ୱନ୍ଦ୍ୱୀତାରୁ ବାଦ ପଡି ନପାରେ।  ଏଥିରେ ମୋବାଇଲ କନେକ୍ଟିଭିଟି ସର୍ବ ପ୍ରଥମ ଆହ୍ୱାନ ହୋଇପାରେ। 5ଜି ଓ 6ଜି ସେବା ଆସିଯାଉଥିବାରୁ ଟେଲିକମ୍‌ କମ୍ପାନୀମାନେ ରେସ୍‌ରେ ଆଗେଇ ଯାଇପାରନ୍ତି। ତେବେ ଭାରତରେ ମୋବାଇଲ ବଜାର ଯେଉଁପରି ବଢୁଛି ଏଥିରୁ ଷ୍ଟାରଲିଂକ ଭଲ କାରବାରର ସ୍ୱପ୍ନ ଦେଖିବା କିଛି ଅସ୍ୱଭାବିକ ନୁହେଁ।

ଏଥିରେ ଫାଇବର ଅପ୍ଟିକାଲ କେବୁଲ ଅନ୍ୟ ଏକ ବିକଳ୍ପ ରହିଛି। ତେବେ ଦୂରଦୂରାନ୍ତ ଓ ଗ୍ରାମୀଣ ଅଞ୍ଚଳରେ ଏହାର ଇନଷ୍ଟାଲେସନ ବ୍ୟୟ ବହୁଳ । ଏଥିରେ ମସ୍କ ଭାରତ ଓ ଚୀନର ଇଣ୍ଟରନେଟ୍‌ ସ୍ପିଡ୍ ଚାହିଦାକୁ ଦୃଷ୍ଟିରେ ରଖି ଆଗକୁ ବଢୁଥିବା ଜଣାପଡିଛି।  

   Related Posts