ବିଧାୟକଙ୍କ ସହ ବନ ମହୋତ୍ସବ ପାଳିଥିଲେ, ଏବେ କ୍ବାରେଣ୍ଟାଇନ୍‌ରେ ରହିଲେ

Published By : Prameya-News7 Bureau | July 06, 2020 IST

ନୀଳଗିରି୬/୭:  ଗତ ୧ ତାରିଖ ଠାରୁ ବନ ବିଭାଗ ପାଳନ କରୁଛି ବନ ମହୋତ୍ସବ ସପ୍ତାହ। ସୋମବାର କୂଳଡିହା ବନବିଭାଗ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ସହ ବନମହୋତ୍ସବ ପାଳନ କରି ସିଧା ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି। ଆଜି ସକାଳେ ଔପଦା ବ୍ଲକ ଅଧିନ ବଉଳଗଡ଼ିଆ ଠାରେ ବନମହୋତ୍ସବ ପାଳନ ନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ କୂଳଡିହା ରେଞ୍ଜର ବିଜୟ କୁମାର ମହାପାତ୍ରଙ୍କ ତତ୍ବାବଧାନରେ ଆୟୋଜନ କରାଯାଇଥିଲା।

ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ଶ୍ରୀଯୁକ୍ତ ନାୟକ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବେ ସମୀର ସାହୁ, ଫରେଷ୍ଟର ପରମାନନ୍ଦ ନାୟକ,ଫରେଷ୍ଟଗାର୍ଡ ଜ୍ୟୋତ୍ସ୍ନା ଦତ୍ତ, ସିଂରାୟ ହେମ୍ରମ, ସବୁଜ ବାହିନୀ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସରିବା ପରେ ବିଧାୟକଙ୍କୁ କରୋନା ହେବା ରିପୋର୍ଟ ଆସିବା ପରେ ବନବିଭାଗ ଅଫିସରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବାରୁ ସଂକ୍ରମଣ ଆଶଙ୍କା ନେଇ ଡିଏଫଓ ବିଶ୍ୱରାଜ ପଣ୍ଡା ରେଞ୍ଜରଙ୍କ ସମେତ ବନକର୍ମଚାରୀ ମାନଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.