Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବିୟର ଗ୍ରୀଲ୍ସଙ୍କ ଆଡଭେଞ୍ଜର ଟ୍ରିପ୍‌ରେ ନଜର ଆସିବେ ଅଜୟ : ସସ୍‌ପେନ୍ସରେ ଅଛି ଦ୍ବିତୀୟ ବଲିଉଡ୍ ଷ୍ଟାରଙ୍କ ନାମ

13/09/2021 at 9:51 AM

ମୁମ୍ବାଇ ୧୩/୦୯ : ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ପରେ ଏବେ ଆଡଭେଞ୍ଚର ଟ୍ରିପ୍‌ରେ ବାହାରିଛନ୍ତି ଅଜୟ ଦେବଗନ। ‘ଇନ୍‌ଟୁ ଦା ୱାଇଲ୍ଡ ୱିଥ ବେୟର ଗ୍ରୀଲ୍ସ’ ଶୋ’ରେ ଭାଗ ନେବେ ଅଜୟ ଦେବଗନ୍। ଏହି ରୋମାଞ୍ଚକର ଯାତ୍ରାରେ ନିଜର ଦୃଢ ସାହସ ଦେଖାଇବେ ବଲିଉଡ୍‌ର ସିଙ୍ଘମ। ଏଥିପାଇଁ ଡିସ୍କଭରୀ ଚ୍ୟାନେଲ ଅଜୟ ଦେବଗନଙ୍କୁ ଚୟନ କରିଛି। ବେୟର ଗ୍ରୀଲ୍ସଙ୍କ ଅପ୍‌କମିଂ ଏପିସୋଡରେ ସେ ନଜର ଆସିବେ।

ଏନେଇ ନିଜେ ବେୟର ଗ୍ରୀଲ୍ସ  ସଙ୍କେତ ଦେଇଛନ୍ତି। ନିଜ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଅଜୟଙ୍କ ନାଁ ଖୁଲାସା ନକରି  ଦୁଇ ଜଣ ବଲିଉଡ ଯୋଦ୍ଧା ତାଙ୍କ ସହ ଇନ୍‌ଟୁ ଦା ୱାଇଲ୍ଡରେ ସାମିଲ ହେବ ବୋଲି ସେ କହିଛନ୍ତି। ତେବେ ଏଥିପାଇଁ ଅଜୟଙ୍କ ନାଁ କନ୍‌ଫର୍ମ ହୋଇଥିବା ବେଳେ ଦ୍ୱିତୀୟ ବଲିଉଡ ଷ୍ଟାର କିଏ, ତାହା ଉପରୁ ପରଦା ଉଠି ନାହିଁ। ‘ଇନ୍‌ଟୁ ଦା ୱାଇଲ୍ଡ ୱିଥ ବିୟର ଗ୍ରୀଲ୍ସ’ ଶୋ’ର ଅଜୟ ଦେବଗନ ସ୍ପେଶାଲ ଏପିସୋଡ ଟି ମାଳଦ୍ୱିପରେ ସୁଟିଂ ହେବ। ଶୋ’ର ପ୍ରିମିୟର ସର୍ବପ୍ରଥମେ ଡିସ୍‌କଭରୀ ପ୍ଲସ ଆପ୍‌ରେ ଦେଖିବାକୁ ମିଳିବ ।

ପୂର୍ବରୁ ଏହି ଶୋ’ରେ ବିଅର ଗ୍ରୀଲ୍ସଙ୍କ ସହ ଅକ୍ଷୟ କୁମାର, ରଜନୀକାନ୍ତଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନଜର ଆସିଛନ୍ତି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ମ୍ୟାନ୍‌ ଭର୍ସେସ ୱାଇଲ୍ଡ’ର ଏକ ସ୍ପେଶାଲ ଏପିସୋଡରେ ଦେଖିବାକୁ ମିଳିଥିଲା।

ନିକଟରେ ଅଜୟଙ୍କୁ ତାଙ୍କ ଫିଲ୍ମ ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଜଣେ ଇଣ୍ଡିଆନ୍‌ ଏୟାର ଫୋର୍ସର ସେନା ଚରିତ୍ରରେ ନଜର ଆସିଥିଲେ। ଆଗକୁ ଅଜୟ ସଞ୍ଚୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡି’, ଏସ୍‌ଏସ୍‌ ରାଜାମୌଲିଙ୍କ ‘ଆର୍‌ଆର୍‌ଆର୍‌’ ସ୍ପୋର୍ଟସ୍‌ ଡ୍ରାମା ଫିଲ୍ମ ‘ମୈଦାନ’ରେ ନଜର ଆସିବେ।

   Related Posts