Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୀପିକା ଜେଏନ୍‌ୟୁ ଆନ୍ଦୋଳନରେ ସାମିଲ ପରେ କ୍ଷତି କମ୍‌ କରିବାକୁ ବିଜ୍ଞାପନଦାତା ନେଲେ ଏପରି ନିଷ୍ପତ୍ତି

13/01/2020 at 4:19 PM

ନୂଆଦିଲ୍ଲୀ ୧୩।୦୧ – ଦିପୀକା ପାଦୁକନ ନିଜ ସିନେମା ଛପାକ୍‌ ମୁକ୍ତି ଲାଭ କରିବା ପୂର୍ବରୁ ଜେଏନ୍‌ୟୁ କ୍ୟାମ୍ପସକୁ ଯାଇ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିଥିଲ । ହେଲେ ଏହାର ଓଲଟା ପରିଣାମ ଦେଖିବାକୁ ମିଳିଥିଲା । ଛପାକ୍‌ ସିନେମାକୁ ଏତେ ସଫଳତା ମିଳି ନଥିବା ବେଳେ ଏବେ ବିଭିନ୍ନ ବ୍ରାଣ୍ଡର ବିଜ୍ଞାପନଦାତା ବି ଦୀପିକା ପାଦୁକନ୍‌ଙ୍କ ବିଜ୍ଞାପନର ଭିଜିବିଲିଟି ବା ପ୍ରସାରଣ କମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସୋସିଆଲ୍‌ ମିଡିଆରେ ଦୀପିକା ହଟାଓ ଲକ୍ସ ବଚାଓ ପରି ହାସ୍‌ଟ୍ୟାଗ ଟ୍ରୋଲ ହେଉଛି । କେବଳ ଲକ୍ସ ନୁହେଁ ୨୩ଟି ବ୍ରାଣ୍ଡ ଦୀପିକାଙ୍କୁ ବିଜ୍ଞାପନ ମିଳିଛି । ସମସ୍ତ ବ୍ରାଣ୍ଡ ଦୀପିକାଙ୍କ ବିଜ୍ଞାପନ ଉପରେ ରୋକ୍‌ ଲଗାଇଛନ୍ତି ।

ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦୀପିକା ଓ ସେ ବିଜ୍ଞାପନ କରୁଥିବା ବିଭିନ୍ନ ବ୍ରାଣ୍ଡକୁ ବର୍ଜନ କରିବା ପାଇଁ କାମ୍ପେନ ଚାଲିଛି । ଏପରିକି ତାଙ୍କ ଅଭିନୀତ ସିନେମା ଛପାକ ନ ଦେଖିବା ପାଇଁ କାମ୍ପେନ ଚାଲିଛି ।

ବଡ ବଡ ବ୍ରାଣ୍ଡ ଦୀପିକାଙ୍କୁ ନେଇ କୌଣସି କ୍ଷତି ଉଠାଇବା ପାଇଁ ଚାହୁଁ ନାହାନ୍ତି। ଜେଏନ୍‌ୟୁ ଆନ୍ଦୋଳନରେ ସାମିଲ ହେବା ପରେ ଦୀପିକାଙ୍କ ଜୋରଦାର ବିରୋଧ ଆରମ୍ଭ ହୋଇଛି ।

ଦୀପିକା ପାଦୁକନ ଗୋଟିଏ ବିଜ୍ଞାପନ ପାଇଁ ୮ କୋଟି ଟଙ୍କା ନିଅନ୍ତି । ସେ ୨୩ଟି ବିଜ୍ଞାପନ କରିଛନ୍ତି । ଛପାକ ସିନେମା ବି ଏତେ ସଫଳତା ହାସଲ କରିନାହିଁ ।

   Related Posts