ଆସିଲା ନଭେମ୍ଵର ଗାଇଡଲାଇନ୍: ନାଇଟ୍ କର୍ଫ୍ୟୁ ବଳବତ୍ତର, ରହିବ ନାହିଁ ସପ୍ତାହାନ୍ତ ସଟଡାଉନ୍

Published By : Prameya-News7 Bureau | October 31, 2021 IST

ଭୁବନେଶ୍ଵର ୩୧।୧୦: ରାଜ୍ୟରେ କରୋନାଗ୍ରାଫ କମିବାରେ ଲାଗିଛି। ଏହା ମଧ୍ୟରେ ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ମାସର ଗାଇଡଲାଇନ୍ ଜାରି କରାଯାଇଛି। ପୂର୍ବପରି ସହରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଜାରି ରହିବ। ଏପରିକି ରାଜ୍ୟର କୌଣସି ଅଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍ ରହିବ ନାହିଁ। ସମସ୍ତ ପ୍ରକାରର ଦୋକାନ ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ। ନୂତନ ଗାଇଡଲାଇନ୍ ଡିସେମ୍ଵର ୧ ତାରିଖ ଯାଏଁ ଲାଗୁ ରହିବ।

ଗାଇଡଲାଇନ୍ ଅନୁଯାୟୀ, ଅଗଷ୍ଟ ୯ରୁ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ପର୍ବ ପର୍ବାଣୀ ପାଳନ କରାଯିବ। ଜିଲ୍ଲାପାଳ ଏବଂ ସ୍ଥାନୀୟ ପ୍ରଶାସନ ନିଜ ଅଞ୍ଚଳର ସ୍ଥିତି ଦେଖି ଏ ନେଇ ନିଷ୍ପତ୍ତି ନେବେ। ବାଣ ଫୁଟାଇବା ସଂପର୍କିତ ଗାଇଡଲାଇନ୍‌ ପୃଥକ ଭାବେ ଜାରି କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.