Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ସଂକ୍ରମଣ ରୋକିବାକୁ ସଜାଗ ବଲାଙ୍ଗୀର ପ୍ରଶାସନ, ସଚେତନତା ସହ ଷ୍ଟେସନରେ ଯାଞ୍ଚ୍ ପ୍ରକ୍ରିୟା ଜୋରଦାର୍
  • ||
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

ଚୀନ ସହ ଉତ୍ତେଜନା ମଧ୍ୟରେ ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ନଭେମ୍ବରରେ ଆସୁଛି ଆଉ ୪ ରାଫେଲ ବିମାନ

16/10/2020 at 6:41 PM

ନୂଆଦିଲ୍ଲୀ ୧୬।୧୦: ଚୀନ ସହିତ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଜାରି ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନାର ଶକ୍ତି ଆହୁରି ବଢିବାକୁ ଯାଉଛି। ନଭେମ୍ବର ପ୍ରଥମ ସପ୍ତାହରେ ଫ୍ରାନ୍ସରୁ ଦ୍ଵିତୀୟ ଦଫାରେ ଆଉ ୩-୪ ରାଫେଲ ବିମାନ ହରିୟାଣା ସ୍ଥିତ ଅମ୍ବାଲା ବାୟୁସେନା ବେସ୍‌ରେ ପହଞ୍ଚିବ। ଏହା ପୂର୍ବରୁ ଜୁଲାଇ ୨୮ରେ ପ୍ରଥମ ଦଫାରେ ୫ ରାଫେଲ ବିମାନ ଭାରତ ପହଞ୍ଚିଥିଲା। ଏହାକୁ ଆନୁଷ୍ଠାନିକ ଭାବେ ସେପ୍ଟେମ୍ବର ୧୦ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା।

ସରକାରୀ ସୂତ୍ର ଅନୁଯାୟୀ ଫ୍ରାନ୍ସଠୁ ଦ୍ଵିତୀୟ ଦଫାରେ  ୩-୪ ରାଫେଲ ବିମାନ ନଭେମ୍ବର ପ୍ରଥମ ସପ୍ତାହରେ ଭାରତରେ ପହଞ୍ଚିବ। ଏହାକୁ ନେଇ ଦେଶରେ ପ୍ରସ୍ତୁତି କରାଯାଉଛି। ଏହାକୁ ମିଶାଇ ଭାରତ ପାଖରେ ବର୍ତ୍ତମାନ ୮-୯ ରାଫେଲ ବିମାନ ହେବ। ରାଫେଲ ଲଢୁଆ ବିମାନକୁ ପୂର୍ବରୁ ନିୟୋଜିତ କରାଯାଇଛି। ବହୁତ କମ ସମୟ ଭିତରେ ରାଫେଲକୁ ଲଦାଖ କ୍ଷେତ୍ରରେ ମୁତୟନ କରାଯାଇଛି।

ଦ୍ଵିତୀୟ ଦଫାରେ ଆସୁଥିବା ବିମାନକୁ ପଶ୍ଚିମବଙ୍ଗର କଲଇକୁଣ୍ଡା ଷ୍ଟେସନରେ ମୁତୟନ କରାଯିବ। ଚୀନ ସଂଲଗ୍ନ ପୂର୍ବସୀମାର ସୁରକ୍ଷା ପାଇଁ ୪.୫ ପିଢିର ଏହି ଲଢୁଆ ବିମାନକୁ ନିୟୋଜିତ କରାଯିବ, ଯେମିତି ଚୀନର ପ୍ରତିଟି ଚାଲ୍‌ର ଜବାବ ଦିଆଯାଇ ପାରିବ।

ଉଲ୍ଲେଖନୀୟ ୩୬ ରାଫେଲ ବିମାନ ପାଇଁ ଭାରତ ଫ୍ରାନ୍ସ ସହ ୫୮ ହଜାର କୋଟି ଟଙ୍କାର ରାଜିନାମା କରିଛି। ୨୦୨୧ ସୁଦ୍ଧା ଏହି ସବୁ ବିମାନ ଭାରତକୁ ଆସିବାର ଆଶା ରହିଛି। ସେଥିରୁ ୧୦ ଚଳିତ ବର୍ଷ ମିଳିବାକୁ ଯାଉଛି।

   Related Posts