ନଭେମ୍ବରରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ : ପୂର୍ବରୁ ସାରି ଦିଅନ୍ତୁ ସବୁ କାମ , ଦେଖନ୍ତୁ ଛୁଟି ତାଲିକା

Published By : Prameya-News7 Bureau | November 01, 2019 IST

ନୂଆଦିଲ୍ଲୀ ୧/୧୧: ଯଦି ଆପଣଙ୍କୁ କୌଣସି ବ୍ୟାଙ୍କ କାର୍ଯ୍ୟ କରିବାର ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଚଳିତ ନଭେମ୍ବର ମାସରେ ଗୋଟିଏ କିମ୍ବା ଦୁଇ ଦିନ ନୁହେଁ,ବରଂ ବ୍ୟାଙ୍କ ୧୨ଦିନ ବନ୍ଦ ରହିବ। ଏହି ୮ଟି ଛୁଟିରେ ଭିନ୍ନ ଭିନ୍ନ ରାଜ୍ୟରେ ହେଉଥିବା ଛୁଟି ତାଲିକା ମଧ୍ୟ ରହିଛି। ଏଥିପାଇଁ ଆକାଉଣ୍ଟଧାରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏଥିପାଇଁ ବ୍ୟାଙ୍କ ସହ ଜଡ଼ିତ କିଛି କାମ ଥାଏ ତେବେ ଏହାକୁ ସମୟ ପୂର୍ବରୁ ଶେଷ କରି ଦିଅନ୍ତୁ। ଏହି ମାସରେ ଛଠ ପୂଜା,ଗୁରୁ ନାନକ ଜୟନ୍ତୀ,କନ୍ନଡ଼ ରାଜ୍ୟୋତ୍ସବ,ବାଙ୍ଗଲା ଫେଷ୍ଟିଭାଲ ଆଦି ପାଇଁ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତୁ ଜାଣିବା ନଭେମ୍ବର ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ।

ନଭେମ୍ବର ୧- ବେଙ୍ଗାଲୁରୁ ଏବଂ ଇମ୍ଫାଲ୍ - କନ୍ନଡ଼ ରାଜ୍ୟୋତ୍ସବ

ନଭେମ୍ବର ୨- ପଟନା ଏବଂ ରାଞ୍ଚି - ଛଠ ପୂଜା

ନଭେମ୍ବର ୩ - ସବୁ ରାଜ୍ୟ- ରବିବାର

ନଭେମ୍ବର ୮- ଶିଲଙ୍ଗ - ବାଙ୍ଗଲା ଫେଷ୍ଟିଭାଲ

ନଭେମ୍ବର ୯- ସବୁ ରାଜ୍ୟ - ମାସର ଦ୍ବିତୀୟ ଶନିବାର

ନଭେମ୍ବର ୧୦- ସବୁ ରାଜ୍ୟ - ରବିବାର

ନଭେମ୍ବର ୧୨- ବେଲାପୁର,ଭୁବନେଶ୍ବର,ଭୋପାଲ,ଚଣ୍ଡିଗଡ଼,ଡେହରାଡୁନ୍,ହାଇଦ୍ରାବାଦ,ଜୟପୁର,ଜାମ୍ମୁ,କାନପୁର,କୋଲକାତା,ଲକ୍ଷ୍ନୌ,ମୁମ୍ବାଇ,ନାଗପୁର,ନୂଆଦିଲ୍ଲୀ,ପଟନା,ରାୟପୁର,ରାଞ୍ଚି,ଶିମଲା,ଶ୍ରୀନଗର - ଗୁରୁ ନାନକ ଜୟନ୍ତୀ

ନଭେମ୍ବର ୧୫- ବେଙ୍ଗାଲୁରୁ,ଜାମ୍ମୁ ଏବଂ ଶ୍ରୀନଗର - କନକଦାସ ଜୟନ୍ତୀ ଏବଂ ଇଦଉଲ ମିଲାଦ ଉଲ ନବୀ

ନଭେମ୍ବର ୧୭- ସବୁ ରାଜ୍ୟ - ରବିବାର

ନଭେମ୍ବର ୧୯- ଗ୍ୟାଙ୍ଗଟକ୍ - ହ୍ଲାବବ୍ ଦୁଚେନ୍

ନଭେମ୍ବର ୨୩- ସବୁ ରାଜ୍ୟ - ସେଙ୍ଗ କଟ୍ ସ୍ନେମ୍, ଚତୁର୍ଥ ଶନିବାର

ନଭେମ୍ବର ୨୪- ସବୁ ରାଜ୍ୟ- ରବିବାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.