ବିଧାନସଭା ଅଧିବେଶନ ପୂର୍ବରୁ ୧୮ରେ ବସିବ ସର୍ବଦଳୀୟ ବୈଠକ

Published By : Prameya-News7 Bureau | November 15, 2020 IST

ଭୁବନେଶ୍ୱର, ୧୫।୧୧: ଆସନ୍ତା ୨୦ ତାରିଖରୁ ବିଧାନସଭାରେ ଅନୁଷ୍ଠିତ ହେବ ଶୀତ ଅଧିବେଶନ । ତେବେ ଅଧିବେଶନ ପୂର୍ବରୁ ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ ।

ବୈଠକରେ ପ୍ରଶ୍ନକାଳ ରହିବ କି ନାହଁ  ସେନେଇ ଆଲୋଚନା ହେବ । ଏହାସହ ଗୃହ କିଭଳି ସୁରୁଖୁରୁରେ ଚାଲିବ ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ  ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ ।  ଏହା ଡିସେମ୍ବର ୩୧ ଯାଏଁ ଚାଲିବ  ।ଶୀତ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ । ତେବେ ଶୀତ ଅଧିବେଶନରେ ୪୦ଟି କାର୍ଯ୍ୟ ଦିବସ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.