ନଭେମ୍ବର ୧୩ ତାରିଖ, ଶନିବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 13, 2021 IST

ମେଷ–ଚନ୍ଦ୍ରଙ୍କ ସୁପ୍ରଭାବରେ ଆପଣଙ୍କ କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିନ ଅନୁକୂଳ ପରିବେଶ ସୃଷ୍ଟି ହେବ । କିନ୍ତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୧ ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ-ପାଠପଢା ପ୍ରତି ସଜାଗର ହିବେ ।
• କର୍ମଜୀବି-ଅର୍ଥ ମିଳିବ ।
• ବ୍ୟବସାୟୀ-ସଫଳତା ମିଳିବ ।
• ଗୃହିଣୀ-କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବୃଷ–ମଙ୍ଗଳ ଆପଣଙ୍କୁ ଯାନବାହନ କ୍ରୟ, ନିର୍ମାଣ, ଯାନ୍ତ୍ରିକ ଜିନିଷ ସଜାଡିବା କ୍ଷେତ୍ରରେ ଖର୍ଚ୍ଚାନ୍ତ କରାଇପାରେ । ବନ୍ଧୁଙ୍କ ପରାମର୍ଶକୁ ଶ୍ରେୟ ମନେକରି କାମ କରି ଚାଲିଲେ କେତେକାଂଶରେ ଉପକୃତ ହୋଇପାରନ୍ତି । ଶୁଭରଙ୍ଗ କ୍ରୀମ । ଶୁଭ ଅଙ୍କ ୩ ।
• ଗୃହିଣୀ- ପରକୁ ଆପଣାର କରିବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
• କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
• ଛାତ୍ରଛାତ୍ରୀ- ଥଣ୍ଡାକାଶ ହୋଇପାରେ ।
• ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍‌ ।
• ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)

ମିଥୁନ – ବଳବାନ୍‌ ବୁଧ ଆପଣଙ୍କୁ ବୌଦ୍ଧିକତା ପ୍ରଦାନ କରି ଶିକ୍ଷା, ପରୀକ୍ଷା, ଉଚ୍ଚ ପଦଧିକାରୀ ସହ ଆଲୋଚନା କ୍ଷେତ୍ରରେ ଉନ୍ନତମାନର ଫଳ ପ୍ରଦାନ କରିବେ । ଶୁଭରଙ୍ଗ ଗୋଲାପି । ଶୁଭ ଅଙ୍କ ୫ ।
• ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।
• ରୋଗୀ-ଅସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
• କର୍ମଜୀବି-ଅର୍ଥ ହାନୀ ହେବ ।
• ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
• ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ– ଦ୍ୱିତୀୟଭାବରେ ରବି ଓ ମଙ୍ଗଳ ଆପଣଙ୍କ ବ୍ୟବହାରକୁ କଠୋର କରିଦେବା କାରଣରୁ ସମସ୍ୟାର ଆଶଙ୍କା ରହିଛି । ଏଣେ ସନ୍ତାନଙ୍କ ବୈବାହିକ ସମସ୍ୟା କିମ୍ବା ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତତ୍ପରତା ବଢିଯାଇପାରେ । ଶୁଭରଙ୍ଗ ସବୁଜ । ଶୁଭ ଅଙ୍କ ୯ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
• ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି-ସଫଳତା ହାତଛଡା ହୋଇଯିବ ।
• ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
• ରୋଗୀ-ସାମାନ୍ୟସୁସ୍ଥ ଅନୁଭବ କରିବେ ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।

ସିଂହ –ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିଥିଲେ ମଧ୍ୟ ଅଷ୍ଟମସ୍ଥଚନ୍ଦ୍ର ମାନସିକ ଅସ୍ଥିରତା ସୃଷ୍ଟି କରିବ । ଅବ୍ୟବ୍ୟାଧିପ ଅଷ୍ଟମ ଭାବରେ ବିପରୀତ ରାଜଯୋଗ ସୃଷ୍ଟି କରି ସମସ୍ୟାର ଅନ୍ତରାଳରେ କାର୍ଯ୍ୟସିଦ୍ଧି ପ୍ରଦାନ କରିବ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୪ ।
• ଚାଷୀ-ମାଟିରେଉର୍ବରତା ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ-ଅସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ-ପାଠପଢା ପ୍ରତିସଜାଗ ରହିବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
• ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କନ୍ୟା –ଶନିଙ୍କ ପ୍ରଭାବରୁ କେତେକ ଅନିଚ୍ଛାକୃତ କାରଣ ବଶତଃ ପରିସ୍ଥିତି ବିଗିଡିଯାଇ ପାରେ । ବାରମ୍ବାର ସମସ୍ୟା ବୃଦ୍ଧି ପଉଥିବାରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇଯିବ । ନିଜର ଅବହେଳା ହେତୁ ସ୍ୱାସ୍ଥ୍ୟ ଗୁରୁତର ହୋଇପାରେ । ଶୁଭରଙ୍ଗ ବାଦାମୀ । ଶୁଭ ଅଙ୍କ ୮ ।
• ଗୃହିଣୀ-ସୁଖୀ ହେବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି-ପ୍ରମୋସନ୍‌ ମିଳିବ ।
• ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
• ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
• ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।

ତୁଳା–ଶୁକ୍ରଙ୍କ ଦୃଷ୍ଟି ଆପଣଙ୍କୁ ବିଳାସବ୍ୟସନ ଦିଗକୁ ଆକର୍ଷିତ କରିପାରେ । ଅନ୍ୟମାନେ ନିଜର ସୁବିଧା ଅନୁଯାୟୀ କାମ କରି ଆପଣଙ୍କ ପାଇଁ ସମସ୍ୟାର କାରଣ ସାଜି ପାରନ୍ତି । ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାର୍ଯ୍ୟ କାମକୁ ଆସିବ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୨ ।
• ଚାଷୀ- ଚାଷରେଉନ୍ନତି ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ-ବହୁ ପରିଶ୍ରମ କରିବାକୁ ପଡିବ ।
• କର୍ମଜୀବି-କାର୍ଯ୍ୟବ୍ୟସ୍ତ ରହିବେ ।
• ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
• ଗୃହିଣୀ-ସୁଖ ଅନୁଭବ କରିବେ ।

ବିଛା–ବିଭିନ୍ନ ସମସ୍ୟା ମଧ୍ୟରେ ରହି ମନରେ ବିଭିନ୍ନ ପ୍ରକାରର ଚିନ୍ତା ସୃଷ୍ଟି ହେବ । ଅବଶ୍ୟ ଆଶା ପୂରଣ ପାଇଁ ଅନୁକୁଳ ପରିବେଶ ସୃଷ୍ଟି ହେବାର ନିକଟ ସମ୍ପକୀୟମାନଙ୍କ ଅବଦାନକୁ ଭୁଲି ପାରିବେ ନାହିଁ । ଶୁଭରଙ୍ଗ ବାଦାମୀ । ଶୁଭ ଅଙ୍କ ୫ ।
• ଗୃହିଣୀ-କାର୍ଯ୍ୟରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
• କର୍ମଜୀବି- କରତ୍‌କର୍ମା ହେବେ ।
• ଛାତ୍ରଛାତ୍ରୀ-ସ୍ମରଣଶକ୍ତି ପାଇଁ ବୁଧକାରକଚେର ବ୍ୟବହାର କରନ୍ତୁ ।
• ରୋଗୀ-ଅସାଧ୍ୟ ରୋଗରୁ ମୁକ୍ତ ହେବେ ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।

ଧନୁ – ପରିବାରରେ ପାରସ୍ପରିକ ସାହାର୍ଯ୍ୟ, ସହଯୋଗ ଓ ସଦିଚ୍ଛା ଲାଭ କରି ଖୁସି ରହିବେ । ଅଫିସରେ ଅପ୍ରିୟ ସତ୍ୟଭାଷଣରୁ ଦୂରେଇ ରୁହନ୍ତୁ । ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ କାର୍ଯ୍ୟ ସାଧନ କରିବେ । ଶୁଭରଙ୍ଗ ଗୋଲାପି । ଶୁଭ ଅଙ୍କ ୭ ।
• ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ-ବିଦ୍ୟା ଆରୋହଣ କରିବେ ।
• କର୍ମଜୀବି-ଅର୍ଥ ହାନୀ ହେବ ।
• ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

ମକର–କର୍ମକ୍ଷେତ୍ରରେ ମଧ୍ୟ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ । ବିଭିନ୍ନ ଅସୁବିଧାରେ ବୁଡିରହିଥିବା ସମୟରେ ନିଜଲୋକମାନେ ଦାଉ ସାଧିବେ ।ସହକର୍ମୀମାନଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ । ଶୁଭରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୮ ।
• ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
• ରୋଗୀ-ଅସାଧ୍ୟ ରୋଗରୁ ମୁକ୍ତ ହେବେ ।
• ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।

କୁମ୍ଭ -ଆଜିର କର୍ମକ୍ଷେତ୍ରରେ ମଧ୍ୟ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ । ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରି ପାରିଲେ ନିଶ୍ଚିତ ସଫଳତା ହାସଲ କରିବେ । ଆଶାକରୁଥିବା ଜିନିଷଟି ପାଇ ଖୁସି ହୋଇଯିବେ । ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୧ ।
• ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ-ବିଜ୍ଞ ହେବେ ।
• କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
• ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ମୀନ – ସାମାଜିକ ସ୍ତରରେ ଜନହିତକର କାର୍ଯ୍ୟରେ ନିଜକୁ ଲିପ୍ତ ରଖିବେ । ଆନୁଷ୍ଠାନକ କାର୍ଯ୍ୟର ନେତୃତ୍ୱନେଇ ପ୍ରଶଂସିତ ହେବେ । ପାରିବାରିକ ପରିସ୍ଥିତି ପୂର୍ବ ପରି ରହିବା ହେତୁ ବ୍ୟସ୍ତତା ଅନୁଭବ କରିପାରନ୍ତି । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୬ ।
• ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
• ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
• ଛାତ୍ରଛାତ୍ରୀ-ବ୍ୟାୟାମ୍‌ କରନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.