Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ମାସ୍କର ଉପର ପରସ୍ତରେ ୭ ଦିନ ପର୍ଯ୍ୟନ୍ତ ରହିଥାଏ କରୋନା ଭାଇରସ୍, ନୋଟ୍‌ରେ ରହିଥାଏ ଏତିକି ସମୟ: ଗବେଷକ

6/04/2020 at 3:06 PM

ନୂଆଦିଲ୍ଲୀ ୦୬।୦୪: ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ନୋଭେଲ୍ କରୋନା ଭାଇରସ୍ ଚେହେରାରେ ଲଗାଯାଉଥିବା ମାସ୍କରେ ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ। ଏହ ସହିତ ନୋଟ୍, ଷ୍ଟେନଲେସ୍ ଷ୍ଟିଲ ଓ ପ୍ଲାଷ୍ଟିକ୍ ପୃଷ୍ଠରେ ମଧ୍ୟ ରହିପାରେ।

ବଡ କଥା ଏହି ଭାଇରସ ଘରୋଇ କୀଟାଣୁନାଶକ ସାବୁନ ପାଣିରେ ଧୋଇଲେ ନଷ୍ଟ ହୋଇଥାଏ। ହଂକ କଂଗ ବିଶ୍ଵ ବିଦ୍ୟାଳୟର ଗବେଷକ ନିଜର ଅଧ୍ୟୟନରେ ଏହା କହିଛନ୍ତି। ଅଧ୍ୟୟନରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ, କୋଭିଡ୍-୧୯ ଭାଇରସ୍ ଚାରି ଦିନ ପର୍ଯ୍ୟନ୍ତ ଷ୍ଟେନଲେସ ଷ୍ଟିଲ ଓ ପ୍ଲାଷ୍ଟିକ ପୃଷ୍ଠରେ ଲାଗି ରହିପାରେ। ମୁହଁରେ ଲଗାଯାଉଥିବା ମାସ୍କର ବାହାର ପରସ୍ତରେ ଏହା ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ। ହଂକ କଂଗ ସ୍ଥିତ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ସୋମବାର ଏହି ସୂଚନା ଦେଇଛି।

ଦ ଲାସେଣ୍ଟ ପତ୍ରିକାରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, SARS-CoV-2 ଶରୀରରେ ଅଧିକ ସ୍ଥିର ରହିଥାଏ। ଫଳରେ ଏହା ଜଣା ପଡିଥାଏ ଯେ, ଏହାର ସରଞ୍ଚାନକୁ ରୋକିବା ପାଇଁ କଣ କଣ କରାଯାଇ ପାରିବ।

ଏଚଆରୟୁ ସ୍କୁଲ ଅଫ ପବ୍ଲିକ ହେଲ୍‌ଥ କହିଛି ଯେ, SARS-CoV-2  ଏକ ଅନୁକୂଳ  ବାତାବରଣରେ ଅତ୍ୟଧିକ ସ୍ଥିର ରହିଥାଏ। ଗବେଷ ପରୀକ୍ଷାରୁ ଜାଣିବାକୁ ପାଇଛନ୍ତି ଯେ, ଭାଇରସ୍ କେତେ ସମୟ ଧରି କୋଠରୀର ତାପମାନ ବିଭିନ୍ନ ପୃଷ୍ଠରେ ରହିପାରେ।

ମୁଦ୍ରଣ ଏବଂ ଟିସୁ ପେପରରେ ଏହା ତିନି ଘଣ୍ଟାରୁ କମ ସମୟ ରହିପାରେ। କାଠ ଏବଂ ପୋଷାକର ସଫା ପରେ ଏହା ଦ୍ଵିତୀୟ ଦିନରେ କରୋନା ଭାଇରସ ନଷ୍ଟ ହୋଇ ଯାଇଥିଲା। ଗ୍ଲାସ୍ ଓ ବ୍ୟାଙ୍କ ନୋଟ୍‌ରେ ଏହା ଦ୍ଵିତୀୟ ଦିନ ରହିପାରେ  ବୋଲି କୁହାଯାଉଥିଲା ମାତ୍ର ଏହା ଚତୁର୍ଥ ଦିନ ପର୍ଯ୍ୟନ୍ତ ରହିଥିଲା। ଏହି ପରି ଷ୍ଟେନଲେସ୍ ଷ୍ଟିଲ ଓ ପ୍ଲାଷ୍ଟିକ ଉପରେ ଏହା ଚାରି ଦିନ ପର୍ଯ୍ୟନ୍ତ ରହିଥିଲା।  

ଆମେରିକା  ବା ଚୀନ ଏସବୁ ଦେଶର ବୈଜ୍ଞାନିକଙ୍କ ଦ୍ଵାରା କରାଯାଇଥିବା ଗବେଷଣାରେ ମଧ୍ୟ ଏହି ତଥ୍ୟ ସାମ୍ନାକୁ ଆସିଛି।

   Related Posts