କରୋନା ମହାମାରୀ ବିରୁଦ୍ଧରେ ଆଉ ଏକ ଅସ୍ତ୍ର : ନୋଭାଭାକ୍ସ ଟିକା ୯୦ ପ୍ରତିଶତ ପ୍ରଭାବି, ଖୁବଶୀଘ୍ର ହେବ ଉତ୍ପାଦନ

Published By : Prameya-News7 Bureau | June 14, 2021 IST

ଓ୍ବାଶିଂଟନ ୧୪/ ୦୬ : ବିଶ୍ବରେ କରୋନା ମହାମାରୀ ତାଣ୍ଡବ ରଚି ଚାଲିଛି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିବା ମହାମାରୀରେ ପ୍ରଭାବିତ ହୋଇଛନ୍ତି କୋଟି କୋଟି ଲୋକ । କରୋନା ମହାମାରୀକୁ ରୋକିବା ପାଇଁ ବିଶ୍ବରେ ଟିକାକରଣ ମଧ୍ୟ ଦୃତ ଗତିରେ ଜାରି ରହିଛି । ଭାରତରେ ମଧ୍ୟ ଟିକାକରଣ ଦୃତ ଗତିରେ ଜାରି ରହିଛି । ଏହାରି ମଧ୍ୟରେ ଭ୍ୟାକସିନ ନିର୍ମାତା କମ୍ପାନୀ ନୋଭାଭାକ୍ସ ସୋମବାର ଏହାର ଟିକା ସଂକ୍ରମଣକୁ ରୋକିବାରେ ପ୍ରଭାବି ବୋଲି ଦାବି କରିଛି । କରୋନା ଭ୍ୟାରିଆଣ୍ଟ ବିରୁଦ୍ଧରେ ନୋଭାଭାକ୍ସ ଟିକା ୯୦ ପ୍ରତିଶତରୁ ଅଧିକ ପ୍ରଭାବି ହେବା ସହିତ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଆମେରିକୀୟ କମ୍ପାନୀ ନୋଭାଭାକ୍ସ ଗତ ବର୍ଷ ଅଗଷ୍ଟ ମାସରେ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ସହିତ ଡିଲ କରିଥିଲା । ଏହି ସ୍ବାକ୍ଷର ମାଧ୍ୟମରେ ଭାରତରେ ପ୍ରାୟ ୨୦୦ କୋଟି ଟିକା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଡିସେମ୍ବର ଶେଷ ସୁଦ୍ଧା ଆମେରିକା ୟୁରୋପ ସମେତ ଅନ୍ୟ ଦେଶମାନଙ୍କୁ ଟିକା ଯୋଗାଇବାକୁ ଳକ୍ଷ୍ୟ ରଖିଛି ।


ନୋଭାଭାକ୍ସ ମାସକୁ ପ୍ରାୟ ୧୦ କୋଟି ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ର‌ଖିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଷ୍ଟେନଲୀଏର୍କ କହିଛନ୍ତି, 'ନୋଭାଭାକ୍ସ ଟିକା ପ୍ରଥମେ ନିମ୍ନ ଏବଂ ମଧ୍ୟମ ଆୟ ଦେଶମାନଙ୍କୁ ପ୍ରଦାନ କରାଯିବାକୁ ଲକ୍ଷ ରଖାଯାଇଛି । ଏହି ଟିକା ପରୀକ୍ଷଣ ପାଇଁ ୧୮ ବର୍ଷରୁ ଉର୍ଦ୍ଦ୍ବ ପ୍ରାୟ ୩୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.