ଗରିବ ଦେଶଙ୍କୁ ବିନା ଲାଭରେ କୋଭିଡ-୧୯ ଔଷଧ ଦେବ ନୋଭାରଟିସ୍

Published By : Prameya-News7 Bureau | July 16, 2020 IST

ନୂଆଦିଲ୍ଲୀ, ୧୬|୦୭:   ସାରା ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି । ବିକଶିତ ଦେଶମାନେ ମଧ୍ୟ ଏହି ଭାଇରସର ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ଆମେରିକା, ଋଷ, ୟୁକେ, ଭାରତ ଆଦି ଦେଶରେ ମାରାତ୍ମକ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଛି । ଏହା ମଧ୍ୟରେ ସ୍ୱିସ୍ କମ୍ପାନୀ ନୋଭାରଟିସ୍ ସାଣ୍ଡୋଜ୍ ଡିଭିଜନ୍ କରୋନା ଭାଇରସ ବିରୋଧରେ ଲଢୁଥିବା ୧୫ଟି ମେଡିସିନକୁ ବିନା କୌଣଲି ଲାଭରେ ବିକ୍ରି କରିବ ବୋଲି କହିଛି । ଏହାକୁ ବିକାଶନ୍ମୋଖି ଓ ଗରିବ ଦେଶଗୁଡିକୁ ବିନା କୌଣସି ଲାଭରେ କମ୍ପାନୀ ପ୍ରଦାନ କରିବ ।

କମ୍ପାନୀ କହିଛି ଯେ, ଏହି ସମସ୍ତ ଔଷଧକୁ ୭୯ ଦେଶକୁ ପ୍ରଦାନ କରାଯିବ । ଫଳରେ ଏହି ଦେଶମାନେ କରୋନା ମୁକାବିଲା କରିପାରିବେ । କମ୍ପାନୀ ଏହି ଦେଶଗୁଡିକୁ ବିନା କୌଣସି ଲାଭରେ ଓଷଧ ପ୍ରଦାନ କରିବ ।  

କମ୍ପାନୀର ମୁଖ୍ୟ ପରିଚାଳକ କହିଛନ୍ତି ଯେ, ଆଫ୍ରିକା, ଏସିଆ, ଦକ୍ଷିଣ ଆମେରିକା ଓ ୟୁରୋପର କିଛି ଦେଶକୁ ଏହି ସମସ୍ତ ଔଷଧ ଦିଆଯିବ । ଯଥାସମ୍ଭବ ଔଷଧ ଯୋଗାଇଦିଆଯିବ । ୟୁକ୍ରେନ୍ ଓ ମାଲଡୋଭାକୁ ମଧ୍ୟ ଏହା ପ୍ରଦାନ କରାଯିବ ।ସେମାନଙ୍କୁ ସହାୟତା ପ୍ରଦାନ କରିବା ଜରୁରୀ ।                                                                                                                                            ଯେଉଁ ସବୁ ଔଷଧ ବିନା ଲାଭରେ ପ୍ରଦାନ କରାଯିବ ତାହା ମଧ୍ୟରେ ଆମୋକ୍ସିସିଲିନ୍, ସଫ୍ରିଆକ୍ସୋନ୍, କ୍ଲାରିଥିମୋସିନ୍, ଭାଙ୍କୋମେସିନ୍, ଲେଭୋଫ୍ଲୋକ୍ସିନ୍, ଷ୍ଟେରଓଡସ୍ ଡେକ୍ସାମେଥାସୋନ୍, ପ୍ରେଡନିସୋନ୍ ଆଦି ରହିଛି । ସେହିପରି ପ୍ରେଡନିସୋଲନ୍, ଗଟ୍ ଟ୍ରିଟମେଣ୍ଟ୍ କୋଲଚିନ୍, ହାର୍ଟ ଫେଲ୍ୟୁର ଡ୍ରଗ୍ ଡବ୍ୟୁଟାମାଇନ୍ ମଧ୍ୟ କମ୍ପାନୀ ବିନା ଲାଭରେ ବିକ୍ରି କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.