ଫ୍ରେଞ୍ଚ ଓପନ ୨୦୨୧ ଟାଇଟଲ୍ ଜିତି ୧୯ତମ ଗ୍ରାଣ୍ଡସ୍ଲାମ ହାସଲ କଲେ ନୋଭାକ ଜୋକୋଭିକ୍, ଟାର୍ଗେଟ୍‌ରେ ଫେଡେରର ଓ ନାଦାଲଙ୍କ ରେକର୍ଡ

Published By : Prameya-News7 Bureau | June 13, 2021 IST

ନୂଆଦିଲ୍ଲୀ ୧୩।୦୬: ଦୁନିଆର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜାକୋଭିକ୍ ଫ୍ରେଞ୍ଚ ଓପନ ୨୦୨୧ ଟାଇଟଲ୍‌ ନିଜ ନାମରେ କରିଛନ୍ତି। ଜୋକୋଭିକ୍ ଫାଇନାଲ୍‌ରେ ଷ୍ଟେଫାନୋସ୍‌ ସିଟସିପାସଙ୍କୁ ହରାଇ କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଜିତିବାରେ ସଫଳ ହୋଇଛନ୍ତି। କିନ୍ତୁ ତାଙ୍କୁ ଏହି ଟାଇଟଲ୍‌ ମୁକାବିଲା ଜିତିବା ପାଇଁ ଝାଳ ବୁହାଇବାକୁ ପଡିଥିଲା। ପ୍ରଥମ ଦୁଇଟି ସେଟ୍ ହାରିବା ପରେ ଜୋକୋଭିକ୍ ଦମଦାର ପ୍ରତ୍ୟାବର୍ତ୍ତନ କରି ଷ୍ଟେଫାନୋସ୍‌ ସିଟସିପାସଙ୍କୁ ୬-୭, ୨-୬, ୬-୩, ୬-୨, ୬-୪ ସେଟରେ ହରାଇଥିଲେ। ଜୋକୋଭିକ୍ ସେମି ଫାଇନାଲ୍‌ରେ ରାଫେଲ ନାଦାଲଙ୍କ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।

ସିଟସିପାସ ଫାଇନାଲ ମୁକାବିଲାରେ ଜୋକୋଭିକ୍‌ଙ୍କୁ କଡା ଟକ୍କର ଦେଇଥିଲେ ଏବଂ ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ମୁକାବିଲାରେ ରୋମାଞ୍ଚ ଭରିଥିଲେ। ମ୍ୟାଚ୍‌ ଆରମ୍ଭରେ ସିଟସିପାସ ଜୋକୋଭିକ୍‌ଙ୍କ ଉପରେ ଭାରି ପଡିଥିଲେ ଏବଂ ପ୍ରଥମ ଦୁଇଟି ସେଟ୍ ନିଜ ନାମରେ କରିଥିଲେ। କିନ୍ତୁ ଏହା ପରେ ଦୁନିଆର ଏକ ନମ୍ବର ଖେଳାଳି ଜୋକୋଭିକ୍ ନିଜର ଦମ ଦେଖାଇ ପରବର୍ତ୍ତୀ ତିନି ସେଟ୍ ଜିତି ଟାଇଟଲ୍ ଉପରେ କବଜା କରିଛନ୍ତି। ଜୋକୋଭିକଙ୍କ ଏହା ୧୯ତମ ଗ୍ରାଣ୍ଡସ୍ଲାମ ଏବଂ ରୋଜର ଫେଡେରର ଓ ରାଫେଲ ନାଡାଲଙ୍କ ୨୦ ଗ୍ରାଣ୍ଡସ୍ଲାମ୍‌ ରେକର୍ଡଠୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି।

wp:html /wp:html

ଜୋକୋଭିକ୍ ଗତ ୫୨ ବର୍ଷରେ ଚାରୋଟି ଗ୍ରାଣ୍ଡସ୍ଲାମକୁ କ୍ରମାଗତ ଦୁଇ ଦୁଇ ଥର ଜିତିବାରେ ବିଶ୍ଵର ଏକ ମାତ୍ର ଖେଳାଳି। ଜୋକୋଭିକ୍ ସେମି ଫାଇନାଲ୍‌ ମୁକାବିଲାରେ ରେଡ୍‌  କୋର୍ଟର ବାଦଶାହା କୁହାଯାଉଥିବା ରାଫେଲ ନାଦାଲଙ୍କୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବାହାରର ରାସ୍ତା ଦେଖାଇଥିଲେ। ସେ ନାଦାଲଙ୍କୁ ୩-୬, ୬-୩, ୭-୬, ୬-୨ରେ ପରାସ୍ତ କରିଥିଲେ। ଏହା ପୂର୍ବରୁ ଫେଡେର ନିଜର ଆଣ୍ଠୁଜନିତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟର ପ୍ରିକ୍ଵାର୍ଟର ଫାଇନାଲ୍‌ରୁ ଓହରି ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.