Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଷଷ୍ଠ ଥର ନୋଭାକ ଜୋକୋଭିକ୍‌ ଜିତିଲେ ଓ୍ବିମ୍ବଲଡନ ଟାଇଟଲ, ଫେଡରର ଏବଂ ନାଡାଲଙ୍କ ସହ ହେଲେ ସମକକ୍ଷ

11/07/2021 at 10:52 PM

ନୂଆଦିଲ୍ଳୀ ୧୧/୭: ବର୍ତ୍ତମାନର ଚାମ୍ପିୟନ୍‌ ଓ୍ବାର୍ଲଡ୍‌ ନମ୍ବର ଓ୍ବାନ୍‌ ସର୍ବିଆନ ଟେନିସ୍‌ ପ୍ଲେୟର ନୋଭାକ୍‌ ଜୋକୋଭିକ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବଲଡନ୍‌ ଫାଇନାଲ ଜିଣିଛନ୍ତି । ରବିବାର ଫାଇାନାଲରେ ସେ ଇଟାଲିର ମେଟିଓ ​ ବେରେଟିନିଙ୍କୁ ୬-୭, ୬-୪, ୬-୪, ୬-୩ରେ ହରାଇଛନ୍ତି। ଏହା ତାଙ୍କର ୬ ଓ୍ବିମ୍ବଲଡନ ଫାଇନାଲ୍‌ ହୋଇଥିବା ବେଳେ ୨୦ ତମ ଗ୍ରାଣ୍ଡସ୍ଳାମ।

ଏହାସହ ଜୋକୋଭିକ୍‌ ରୋଜର ଫେଡେରର ଏବଂ ରାଫେଲ ନାଡାଲଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ​‌ପ୍ରଥମ ସେଟ୍‌ ଇଟାଲି ଖେଳାଳିଙ୍କ ନାଁରେ ରହିଥିଲା । ଏହା ପରେ ଜୋକୋଭିକ୍‌ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ଲଗାତାର ୩ଟି ସେଟ୍‌ରେ ନିଜ ନାଁରେ କରିଥିଲେ ନୋଭାକ୍‌। ସେ ୬-୪, ୬-୪, ୬-୩ରେ ଲଗାତାର ୩ଟି ସେଟ୍‌ ନିଜ ନାଁରେ କରିଥିଲେ।

ଏହା ପୂର୍ବରୁ ସେମିଫାଇନାଲ୍‌ରେ ଜୋକୋଭିକ୍‌ କାନାଡା ଖେଳାଳି ଡେନିସ୍‌ ସାପାଭାଲୋଭଙ୍କୁ ୭-୬(୩), ୭-୫, ୭-୫ରେ ପ୍ରତିଷ୍ଠିତ ଗ୍ରାଣ୍ଡସ୍ଲାମରେ ସପ୍ତମ ଥର ହରାଇଥିଲେ। ସେପଟେ ଇଟାଲି ପାଇଁ ଏହା ଦୁଖଃଦ ଖବର। କାରଣ ୪୫ ବର୍ଷ ପରେ ପ୍ରଥମେ କେହି ଇଟାଲି ଖେଳାଳୀ ଗ୍ରାଣ୍ଡସ୍ଲାମ ଫାଇନାଲ୍‌ରେ ପହଞ୍ଚିଥିଲେ। ଏହା ପୂର୍ବରୁ ଏଡ୍ରିୟାନୋ ପେନେଟା ଗ୍ରାଣ୍ଡସ୍ଲାମ୍‌ ଫାଇନାଲ୍‌ରେ ପହଞ୍ଚିଥିଲେ। ସେ ୧୯୭୬ରେ ଫ୍ରେଞ୍ଚ ଓପନ ଫାଇନାଲରେ ପହଞ୍ଚିଥିଲେ।

   Related Posts