ଲଗାତାର ୩୫୦ ସପ୍ତାହ ଧରି ATP ରାଙ୍କ ଶୀର୍ଷରେ ଟେନିସ୍ ଷ୍ଟାର ନୋଭାକ୍ ଜୋକୋଭିକ୍‌

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ ୦୭/୧୨ : ଭେଟେରାନ୍‌ ଟେନିସ୍‌ ତାରକା ତଥା ୨୦ ଥର ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ନୋଭାକ୍‌ ଜୋକୋଭିକ୍‌ ATP ରାଙ୍କିଂରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଲଗାତାର ୩୫୦ ସପ୍ତାହ ହେଲା ସେ ବିଶ୍ବ ଟେନିସ୍‌ ଏଟିପି ରାଙ୍କିଂରେ ଟପ୍‌ରେ ରହିଆସିଛନ୍ତି । ଟେନିସ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏତେ ଦିନ ଧରି ଏଟିପି ରାଙ୍କିଂରେ ପ୍ରଥମ ସ୍ଥାନରେ ରହିଛନ୍ତି ।

ସର୍ବିଆର ଏହି ଷ୍ଟାର ଟେନିସ୍‌ ଖେଳାଳି ଏଟିପି ରାଙ୍କରେ ପ୍ରଥମ ସ୍ଥାନରେ ରହିବା ସହିତ ପାଖାପାଖି ୨ ବର୍ଷ ହେଲା ବିଶ୍ବର ଏକ ନମ୍ବର ଟେନିସ ଷ୍ଟାର ମଧ୍ୟ ରହିଛନ୍ତି । ସେ ଗତ ୨୦୨୦ ମସିହା ଫେବୃଆରୀ ମାସ ୩ ତାରିଖରେ ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ଭାବେ ରାଙ୍କ ବଜାୟ ରଖିଛନ୍ତି । ତାଙ୍କ ପୂର୍ବରୁ ଆଉ ଜଣେ ଟେନିସ୍ ଜିଆଣ୍ଟ କୁହାଯାଉଥିବା ରୋଜର୍‌ ଫେଡେରର୍‌ ୩୧୦ ସପ୍ତାହ ଧରି ଏଟିପି ରାଙ୍କିଂର ପ୍ରଥମ ସ୍ଥାନରେ ଥିଲେ ।

ଷ୍ଟାର ଟେନିସ ଖେଳାଳି ଜୋକୋଭିକ୍‌ ୨୦୨୧ ସିଜିନ୍‌ରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ସେ ୫୫-୭ରେ ଚଳିତ ବର୍ଷ ଶେଷ କରିଛନ୍ତି । ଏହା ସହିତ ୫ଟି ଟାଇଟଲ ମଧ୍ୟ ହାତେଇଛନ୍ତି । ଅ​‌େ​‌ଷ୍ଟ୍ରଲିଆନ ଓପନ, ରୋଲାଣ୍ଡ ଗାରୋସ୍‌ ଏବଂ ଓ୍ବିମ୍ବଲଡନ୍‌ ଓପନରେ ସେ ଚମତ୍କାର ପ୍ରଦର୍ଶନ କରି ଟାଇଟଲ ହାସଲ କରିଥିଲେ । ତାଙ୍କ ପୂର୍ବରୁ ଡବ୍ଲୁଟିଏ ଲିଜେଣ୍ଡ ଷ୍ଟେଫି ଗ୍ରାଫସ୍‌ ମହିଳା ଟେନିସ ଷ୍ଟାର ଭାବେ ଅଧି ସପ୍ତାହ ଧରି ବିଶ୍ବର ନମ୍ବର ଓ୍ବାନ୍ ଥିଲେ । କିନ୍ତୁ ପୁରୁଷ ଖେଳାଳି ଭାବେ ଏହି ରେକର୍ଡ ଜୋକୋଭିକ୍‌ଙ୍କ ନାଁରେ ରହିଛି । ତେବେ ଯଦି ଆସନ୍ତା ବର୍ଷ ମଧ୍ୟ ଜୋକୋଭିକ୍ ATP ରାଙ୍କର ଶୀର୍ଷରେ ରୁହନ୍ତି ତେବେ ଟେନିସ୍‌ ଇତିହାସରେ ସେ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଶୀର୍ଷରେ ରହିବେ । ଜର୍ମାନୀର ଏହି ମହିଳା ଟେନିସ ଷ୍ଟାର ଷ୍ଟେଫି ଗ୍ରାଫସ୍‌ ସର୍ବାଧିକ ୩୭୭ ସପ୍ତାହ ଧରି ଶୀର୍ଷରେ ଥି​‌ଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.