Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଂକ୍ରମଣ ବୃଦ୍ଧି ଯୋଗୁଁ ପୁଣି ସ୍ଥଗିତ ରହିଲା ଏସିଆ କପ୍ କ୍ରିକେଟ‌, ୨୦୨୨ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ
  • ||
  • ଗୋପ ଷ୍ଟେଟ୍ ବ୍ୟାଙ୍କ ସିଲ୍ : ମ୍ୟାନେଜର କରୋନା ସଂକ୍ରମିତ, ଗ୍ରାହକଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର : ରମ୍‌ଜାନ୍ ଓ ପଣା ସଂକ୍ରାନ୍ତି ଉପରେ କଟକଣା ଲଗାଇଲା ବିଏମ୍‌ସି
  • ||
  • ବ୍ରହ୍ମପୁର : ଗଞ୍ଜାମର ସବୁ ଧର୍ମାନୁଷ୍ଠାନ ୭ଦିନ ବନ୍ଦ, ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ବାରଣ
  • ||
  • ନୟାଗଡ : ପ୍ରେମରେ ପ୍ରତାରଣା, ପ୍ରେମିକ ଦୁଆରେ ପ୍ରେମିକା, ନ୍ୟାୟ ପାଇଁ ଦେଇଛି ଧାରଣା
  • ||
  • କଟକ : ଗିରଫ ହେଲା ହାଇଦରର ସହଯୋଗୀ ୟାକୁବ୍, ସୋମବାର ଚାଉଳିଆଗଞ୍ଜ ଥାନାରେ କରିଥିଲା ଆତ୍ମସମର୍ପଣ
  • ||
  • ସୋର : ଘରେ କେହି ନଥିବା ବେଳେ ଭାଙ୍ଗିଲେ ତାଲା, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା-ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା
  • ||
  • କଳାହାଣ୍ଡି : ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଚାନ୍ଦବାଲି : ଭଡା ଘରୁ ମିଳିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ, ମୃତ୍ୟୁ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ଅଭିଯୋଗ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ୟୁଏସ୍ ଓପନ୍‌ରୁ ଡିସ୍‌କ୍ଵାଲିଫାଏ ହେଲେ ନୋବାକ୍ ଜୋକୋବିଚ୍: ମ୍ୟାଚ୍ ବେଳେ ମହିଳା ଅଧିକାରୀଙ୍କୁ ମାରିଥିଲେ ବଲ୍

7/09/2020 at 10:29 AM

ନୂଆଦିଲ୍ଲୀ ୦୭/୦୯ : ଟେନିସର ଏକ ନମ୍ବର ଖେଳାଳି ନୋବାକ୍ ଜୋକୋବିଚ୍ (Novak Djokovic) ଙ୍କୁ ୟୁଏସ୍ ଓପନରୁ ବାହାର କରାଯାଇଛି | ୟୁଏସ ଓପନରୁ ତାଙ୍କୁ ବାହାର କରିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ | ଲାଇନ୍ ଜର୍ଜଙ୍କୁ ବଲ ମାରିବା ଯୋଗୁଁ ତାଙ୍କୁ ଡ଼ିସକ୍ଵାଲିଫାଏ କରାଯାଇଛି | ନୋବାକ୍ ଜୋକୋବିଚ୍ ଇନ୍ସଟାଗ୍ରାମରେ ସଂପୂର୍ବ ଘଟଣା ସମ୍ପର୍କରେ ପୋଷ୍ଟ କରି କ୍ଷମା ମାଗିଛନ୍ତି | ଆମେରିକା ଟେନିସ୍ ଫେଡେରେସନ୍ ସବୁଠାରୁ ବଡ ଦାବିଦାରଙ୍କୁ ହିଁ ଟୁର୍ନାମେଣ୍ଟରୁ ବାହାର କରିଦେଇଛି | ରୋଜର୍ ଫେଡରର୍ (Roger Fedrer) ଏବଂ ରାଫେଲ୍ ନଡାଲ୍ (Rafael Nadal) ମଧ୍ୟ ଏହି ଟୁର୍ନାମେଣ୍ଟରେ ସାମିଲ ହୋଇନାହାନ୍ତି | ସେଥିପାଇଁ ଜୋକୋବିଚ୍ ହିଁ ସବୁଠାରୁ ବଡ ଦାବିଦାର ଥିଲେ |

ଜୋକୋବିଚ୍ ପ୍ରି କ୍ଵାଟର ଫାଇନାଲର ପ୍ରଥମ ରାଉଣ୍ଡରେ ସ୍ପେନର ଟେନିସ୍ ଷ୍ଟାର ପାବ୍ଲୋ କାର୍ରେନୋ ବୁଷ୍ଟା ୬-୫ ରେ ଥିଲେ | ସର୍ଭିସ କରିବା ପୂର୍ବରୁ ସେ ବଲକୁ ଲାଇନ ଆଡକୁ ହିଟ କରିଥିଲେ | ବଲ ସିଧା ଯାଇ ସେଠାରେ ଛିଡା ହୋଇଥିବା ଲାଇନ୍ ଅଫ୍ ଜର୍ଜଙ୍କୁ ବାଜିଥିଲା | ବଲ୍ ତାଙ୍କ ବେକରେ ବାଜିଥିଲା | ଏହାପରେ ସେ ତଳେ ବସି ପଡ଼ିଥିଲେ | ଜୋକୋବିଚ୍ ତାଙ୍କ ପାଖକୁ ଯାଇ ତାଙ୍କ କଥା ବୁଝିଥିଲେ | ମହିଳା ଅଧିକାରୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସେ ସେଠାରେ କିଛି ସମୟ ବସିବା ପରେ ସେଠାରୁ ଉଠି ଚାଲି ଯାଇଥିଲେ ବୋଲି କୁହାଯାଉଛି | ଟୁର୍ନାମେଣ୍ଟର ଅଫିସିଆଲ୍ ନିୟମକୁ ଦୃଷ୍ଟିରେ ରଖି ଜୋକୋବିଚଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ନିଷ୍ପତ୍ତି ନିଆଯାଇ କାର୍ରେନୋଙ୍କୁ ବିଜେତା ଘୋଷିତ କରାଯାଇଥିଲା |

ଜୋକୋବିଚ୍ ଗ୍ରାଣ୍ଡ ସ୍ଲାମରୁ ଡ଼ିସକ୍ଵାଲିଫାଏ ହୋଇଥିବା ଦୁନିଆର ତୃତୀୟ ଖେଳାଳି | ତାଙ୍କ ପୂର୍ବରୁ ୧୯୯୦ ମସିହାରେ ଜନ ମ୍ୟାକେନରୋ ଅଷ୍ଟ୍ରେଲିଆନ ଓପନରୁ ଓ ୨୦୦୦ ମସିହାରେ ଷ୍ଟାଫନ କୋବେକ ଫ୍ରେଞ୍ଚ ଓପନରୁ ଡ଼ିସକ୍ଵାଲିଫାଏ ହୋଇଥିଲେ | ଜୋକୋବିଚ ନିଜ ଭୁଲ ପାଇଁ ସୋସିଆଲ ମିଡ଼ିଆରେ କ୍ଷମା ମାଗିଛନ୍ତି |

   Related Posts