Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଅଧୁରା ରହିଲା କ୍ୟାଲେଣ୍ଡର ସ୍ଲାମ ଜିତିବାର ସ୍ଵପ୍ନ, ମ୍ୟାଚ୍ ହାରିବା ପରେ ରାଗରେ ପିଟି ପିଟି ରାକେଟ୍ ଭାଙ୍ଗିଲେ ଜୋକୋଭିଚ୍, ଭିଡିଓ ଭାଇରାଲ୍

13/09/2021 at 6:30 PM

ନ୍ୟୁୟର୍କ ୧୩।୦୯: କ୍ରୋଧିତ ହେଲେ ମଇଦାନ ବାହାରେ ଅତି ଶାନ୍ତ ଏବଂ ହସ ଖୁସିଆ ରହୁଥିବା ଦୁନିଆର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିଚ୍। ୟୁଏସ ଓପନ-୨୦୨୧ର ଟାଇଟଲ୍ ମୁକାବିଲା ହାରିବା ସହ ଧୂଳିସାତ ହେଲା ଐତିହାସିକ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍‌ ଜିତିବାର ସ୍ଵପ୍ନ। ରୁଷର ଡେନିଲ ମେଦଭେଦେବଙ୍କଠୁ ସିଧାସଳଖ ସେଟ୍‌ରେ ପରାସ୍ତ ହେବା ପରେ ଜୋକୋଭିଚ୍ ଏତେ ରାଗି ଯାଇଥିଲେ ଯେ, ରାକେଟ୍‌କୁ ସେ ପର୍ଯ୍ୟନ୍ତ କୋର୍ଟରେ ପିଟି ଚାଲିଲେ ଯେ ପର୍ଯ୍ୟନ୍ତ ତାହା ନ ଭାଙ୍ଗିଛି। ଟେନିସ୍ କୋର୍ଟରେ ଏପରି ବିଚଳିତ କରିବା ଭଳି ଏହି ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଚଳିତ ବର୍ଷ ତିନୋଟି ଗ୍ରାଣ୍ଡସ୍ଲାମ ଜିତିଥିବା  ଜୋକୋଭିଚ୍ ଏକ ଫୋରହ୍ୟାଣ୍ଡ୍ ହାତରୁ ଖସିବା ପରେ ରାଗରେ ଜର୍ଜରିତ ହୋଇ ନିଜ ରାକେଟ୍‌କୁ ତଳେ ପିଟି ଚାଲିଛନ୍ତି, ଯେ ପର୍ଯ୍ୟନ୍ତ ତାହା ନଭାଙ୍ଗିଛି। ଏହି ହାଇ ଭୋଲଟେଜ୍ ମୁକାବିଲାରେ ରୁଷି ଷ୍ଟାର ମେଦଭେଦେବ ବିଶ୍ଵର ଏକ ନମ୍ବର ଖେଳାଳିଙ୍କୁ ୬-୪, ୬-୪, ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ କରି ୟୁଏସ ଓପନ ଟାଇଟଲ୍ ହାତେଇଛନ୍ତି। ହେଲେ ପ୍ରଥମ ଥର ଜୋକୋଭିଚ୍ ରାଗି ନାହାନ୍ତି ଏହା ପୂର୍ବରୁ ମଧ୍ୟ ଏମିତି ଘଟଣା ଅଲିମ୍ପିକ୍ସରେ ଦେଖିବାକୁ ମିଳିଛି।

ଜୋକୋଭିଚ୍‌ଙ୍କୁ ସ୍ପେନର ପାବ୍ଲୋ କାରେନୋ ବୁସ୍ତାଙ୍କଠୁ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ମୁକାବିଲାରେ ପରାଜୟ ସାମ୍ନା କରିବାକୁ ପଡିଥିଲା। ବୁସ୍ତା  ଜୋକୋଭିଚ୍‌ଙ୍କୁ ମ୍ୟାଚ୍‌ରେ ୬-୪, ୬-୭, ୬-୩ ସେଟ୍‌ରେ ହରାଇ କାଂସ୍ୟ ପଦକ ଜିତିଥିଲେ। ଏହି ପରାଜୟ ପରେ ଜୋକୋଭିଚ୍‌ ଏତେ ରାଗି ଯାଇଥିଲେ ଯେ, ନିଜ ରାକେଟ୍‌କୁ ନେଟ୍‌ରେ ମାରିଥିଲେ।

ୟୁଏସ୍ ଓପନର ଫାଇନାଲ୍ ମୁକାବିଲା ଜିତିଥିଲେ ନୋଭାକ ଜୋକୋଭିଚ୍ କ୍ୟାଲେଣ୍ଡର ସ୍ଲାମ ପୂରା କରିଥାନ୍ତେ। ହେଲେ ଏହି ରେକର୍ଡ ହାସଲ କରିବାରେ ସେ ଗୋଟିଏ ପାଦ ଦୂରରେ ରହିଗଲେ। ଯଦି ସେ ଫାଇନାଲ୍ ମୁକାବିଲା ଜିତିଥାନ୍ତେ ତେବେ ୧୯୬୯ରେ ରୋଡ୍ ଲେଭେରଙ୍କ ପରେ ଗୋଟିଏ ସିଜିନ୍‌ରେ ଚାରି ବଡ ଟାଇଟଲ୍ ଜିତିବାରରେ ପ୍ରଥମ ଖେଳାଳି ହେବାର ଉପଲବ୍ଧି ହାସଲ କରିଥାନ୍ତେ।

ଚଳିତ ବର୍ଷ ଜୋକୋଭିଚ୍ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ ଓପନ ଓ ଓ୍ଵିମ୍ବିଲଣ୍ଡନ ଜିତିଥିଲେ। ସେ ବର୍ତ୍ତମାନ ରୋଜର ଫେଡେରର ଏବଂ ରାଫେଲ ନାଡାଲଙ୍କ ସହ ୨୦-୨୦ ଗ୍ରାଣ୍ଡସ୍ଲାମ ଜିତି ମିଳିତ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି।

   Related Posts