Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||

ଷଷ୍ଠ ବର୍ଷ ପାଇଁ ଶ୍ରେଷ୍ଠ ଟେନିସ୍‌ ଖେଳାଳି ହେଲେ ଜୋକୋଭିକ୍‌, ପିଟ୍‌ ସାମ୍ପ୍ରସଙ୍କ ରେକର୍ଡ ସହ ସମାନ

16/11/2020 at 6:19 PM

ନୂଆଦିଲ୍ଲୀ ୧୬/୧୧: ବିଶ୍ବର ଏକ ନମ୍ବର ଟେନିସ୍‌ ପ୍ଲେୟର ନୋଭାକ ଜୋକୋଭିକ ଷଷ୍ଠ ଥର ପାଇଁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ରେକର୍ଡ କରିଛନ୍ତି। ରବିବାର ଏଟିପି ନମ୍ବର ଓ୍ବାନ୍‌ ଟ୍ରଫି ଗ୍ରହଣ କରିଛନ୍ତି ନୋଭାକ୍‌। ବିଗତ ଗୋଟିଏ ଦଶନ୍ଧି ଧରି ନୋଭାକ ଜୋକୋଭିକ ଏହି ଟାଇଟଲ୍‌ ହାସଲ କରିଆସୁଛନ୍ତି। ୨୦୧୧-୧୨, ୧୪-୧୫ ଓ ୨୦୧୮ରେ ବି ସେ ଏହି ଟ୍ରଫି ଜିଣିଥିଲେ। ତେବେ ଏହି ରେକର୍ଡ ସହ ସେ ନିଜର ପିଲାଦିନର ହିରୋ ଆମେରିକାର ଟେନିସ୍‌ ପ୍ଲେୟର ପିଟ୍‌ ସାମ୍ପ୍ରାସଙ୍କ ସମକକ୍ଷ ହୋଇଛନ୍ତି। ପିଟ୍‌ ୧୯୯୩-୯୮ ପର୍ଯ୍ୟନ୍ତ ଏହି ଟାଇଟଲ୍‌ ଜିଣିଥିଲେ। ଦୀର୍ଘ ବର୍ଷ ପରେ ଏହି ରେକର୍ଡ ଦୋହରାଇଛନ୍ତି ନୋଭାକ ଜୋକୋଭିକ।

ପିଲାଦିନର ହିରୋଙ୍କ ରେକର୍ଡର ସମକ୍ଷକ ହେବା ପରେ ଜୋକୋଭିକ୍‌ କହିଛନ୍ତି, ‘୬ ମାସ୍‌ ପରେ ଖେଳ ଆରମ୍ଭ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଅଗଷ୍ଟରେ ଆମେ ସିଜ୍‌ନ ଆରମ୍ଭ କରିଥିଲୁ। ଯେଉଁଠୁ ମୋ ଯାତ୍ରା ଛାଡ଼ିଥିଲି ସେଠାରୁ ଲଗାତର ମୁଁ ମୋର ପ୍ରଚେଷ୍ଟା ଆରମ୍ଭ କରିଥିଲି। ଯେମିତି ଯାହା ଘଟୁଛି ମୁଁ ବହୁତ ଖୁସି।’

ଏଭଳି ଏକ ରେକର୍ଡ ପାଇଁ ଅତ୍ୟନ୍ତ ଖୁସିଥିବା ଜୋକୋଭିକ୍‌ କିନ୍ତୁ କରୋନା କାଳରେ ମିଶ୍ର ଭାବନା ପ୍ରକାଶ କରିଛନ୍ତି। ଗୋଟିଏ ପଟେ ଖେଳରେ ବିଶାଳ ଲକ୍ଷ୍ୟ ହାସଲ କରିଥିବା ବେଳେ କରୋନା ପାଇଁ ବିଶ୍ବର ପରିସ୍ଥିତିକୁ ନେଇ ଦୁଃଖପ୍ରକାଶ ମଧ୍ୟ କରିଛନ୍ତି। ଅନେକ ଲୋକ ଏଭଳି ଏକ ପରିସ୍ଥିତିରେ ଅନେକ କଷ୍ଟରେ ଅଛନ୍ତି। ସେମାନଙ୍କ ପାଇଁ ହୃଦୟ ବ୍ୟାକୁଳ ହେଉଛି ବୋଲି ଜୋକୋଭିକ୍‌ କହିଛନ୍ତି।

ନୋଭାକ ଜୋକୋଭିକ୍‌ ପିଲା ବେଳୁ ସାମ୍ପ୍ରସଙ୍କୁ ନିଜର ଆଦର୍ଶ ବୋଲି ମାନିଆସିଛନ୍ତି। ଏଟିପିକୁ ଦେଇଥିବା ଏକ ସାକ୍ଷାତକାରରେ ଜୋକୋଭିକ୍‌ କହିଥିଲେ, ପିଲା ଦିନର ହିରୋଙ୍କ ରେକର୍ଡ ସହ ସମକକ୍ଷ ହୋଇଥିବା ବହୁତ ଖୁସି। ସର୍ବିଆ ଖେଳାଳି ଜାନୁଆରୀରେ ଏଟିପି କପ୍‌ ଜିତିଥିଲେ। ତାପରେ ଅଷ୍ଟମ ଥର ପାଇଁ ଅଷ୍ଟେ୍ରଲିଆ ଓପନ ଟାଇଟଲ୍‌ ଜିଣିଥିଲେ ଜୋକୋଭିକ୍‌। ସେ ସିନସିନାଟି ମାଷ୍ଟର୍ସ ଜିତିଥିବା ବେଳେ ରୋମରେ ଆୟୋଜିତ ୩୬ ତମ ଏଟିପି ମାଷ୍ଟର୍ସ ବି ଜିଣିଥିଲେ ନୋଭାକ୍‌ ଜୋକୋଭିକ୍‌। ମିଳିଥିବା ରିପୋର୍ଟ ଅନୁସାରେ ଜୋକୋଭିକ୍‌ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ। ଯଦି ତାଙ୍କ ଫର୍ମ ଏଭଳି ରହିଲା ତେବେ ମାର୍ଚ୍ଚ ସୁଦ୍ଧା ସେ ରୋଜର ଫେଡରେରଙ୍କ ରେକର୍ଡ ବି ଭାଙ୍ଗିପାରନ୍ତି।

   Related Posts