Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||

ଅଷ୍ଟ୍ରେଲିଆନ ଓପନରେ ଜୋକୋଭିକ୍‌ଙ୍କ ରାଜ, ମେଦଭେଦେଭଙ୍କୁ ମାତ୍ ଦେଇ ଜିତିଲେ ୧୮ତମ ଗ୍ରାଣ୍ଡ ସ୍ଲାମ୍

21/02/2021 at 5:18 PM

ମେଲବର୍ଣ୍ଣ ୨୧।୦୨: ଦୁନିଆର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍ ରବିବାର ଅଷ୍ଟ୍ରେଲିଆ ଓପନର ଏକକ ବର୍ଗରେ ଚମ୍ପିଆନ ହୋଇଛନ୍ତି। ମେଲବର୍ଣ୍ଣ ପାର୍କରେ ଖେଳା ଯାଇଥିବା ଫାଇନାଲରେ ସେ ଦାନିଲ ମେଦଭେଦେଭଙ୍କୁ ୭-୫, ୬-୨, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଏହା ତାଙ୍କର ରେକର୍ଡ ନବମ ଅଷ୍ଟ୍ରେଲିଆ ଓପନ  ଟାଇଟଲ୍। ଏଥିସହ ସେ ଏହାକୁ ମିଶାଇ ସେ ୧୮ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ୍  ହାସଲ କରିଛନ୍ତି। ଅଧିକ ଗ୍ରାଣ୍ଡ ସ୍ଲାମ ପୁରୁଷ ଟେନିସ୍‌ରେ ରୋଜର ଫେଡେରର ଓ ରାଫେଲ ନାଦାଲଙ୍କ ନାମ ରହିଛି। ଉଭୟ ଖେଳାଳି ଏ ପର୍ଯ୍ୟନ୍ତ ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଛନ୍ତି।

ମେଦଭେଦେଭ ଆମେରିକା ଓପନ ଫାଇନାଲରେ ପରାଜିତ ହୋଇଥିଲେ ଏବଂ ଏବେ ଅଷ୍ଟ୍ରେଲିଆ ଓପନ ଫାଇନାଲରେ ତାଙ୍କୁ ପରାଜୟ ମିଳିଛି। ଉଲ୍ଲେଖଯୋଗ୍ୟ, ୩୪ ବର୍ଷୀୟ ଜୋକୋଭିକ୍ ଟେନିସ୍‌ରେ ୧୫ ବର୍ଷ ହେବ ନିଜର ଦବଦବା ବଜାୟ ରଖିଥିବା ରେଜର ଫେଡେରର ଓ ନାଦାଲଙ୍କ ସମୟର ଖେଳାଳି। ୨୫ ବର୍ଷୀୟ ମେଦେଭେଦ ବିଶ୍ଵ ଟେନିସ୍‌ରେ ଆଗାମୀ ପିଢିର ଖେଳାଳି। ଫେଡେରର, ନାଦାଲ ଓ ଜୋକୋଭିକ୍ ଗତ ୧୬ରୁ  ୧୫ ଗ୍ରାଣ୍ଡ ସ୍ଲାମ୍‌ ଜିତିଛନ୍ତି।

ଜାକୋଭିକ୍‌ ଅଷ୍ଟ୍ରେଲିଆ ଓପନ ସେମି ଫାଇନାଲ ଓ ଫାଇନାଲରେ ରେକର୍ଡ ୧୮-୦ ରହିଛି। ଯଦି ନାଦାଲଙ୍କୁ ରେଡ୍ କୋର୍ଟର ବାଦଶାହା କୁହାଯାଏ ତେବେ ଜାକୋଭିକ୍‌ଙ୍କୁ ମେଲବର୍ଣ୍ଣ କୋର୍ଟର ଧୂରନ୍ଧର କୁହାଯାଏ।

   Related Posts