Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ହାଇ ପ୍ରୋଫାଇଲ୍ ଲୁଟେରା ଗିରଫ

26/07/2018 at 11:19 AM

ଗିରଫ ହେଇଛି ହାଇ ପ୍ରୋଫାଇଲ୍ ଲୁଟେରା । ଏମିତି ଜଣେ ସୋ ରୁମ୍ ଲୁଟେରାକୁ ଧରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଅଭିଯୁକ୍ତ ହେଲା ସଂଜୟ କୁମାର ନିଶାଙ୍କ । ତାଙ୍କ ବୟସ ୩୦ବର୍ଷ । ଘର ଲକ୍ଷ୍ମୀ ସାଗର ଅଞ୍ଚଳର ସାରଳା ନଗରରେ । ସଂଜୟ ସୁନା ଅଳଙ୍କାର ଠାରୁ ଆରମ୍ଭ କରି ଦାମୀ ଘଣ୍ଟା, ମୋବାଇଲ୍, ଲାପଟପ୍, ଏଲଇଡି ଟିଭି, ଗ୍ରାଇଣ୍ଡର, ମ୍ୟୁଜିକ୍ ସିଷ୍ଟମ୍ ଆଦି ଇଲେକେଟ୍ରୋନିକ୍ସ ସାମଗ୍ରୀ ସହ ବାଇକ୍ ଓ ମହିଳାଙ୍କ ପୋଷାକ ପତ୍ର ବି ଲୁଟିଛି । ଏମିତିକି ଲୋକଙ୍କ ପାସପୋର୍ଟ, କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ଆଧାର କାର୍ଡ ବି ଚୋରି କରି ଆଣିଛି । ସଂଜୟ ଚୋରି କରିଥିବା ସାମଗ୍ରୀର ଏକ ଲମ୍ବା ତାଲିକା ରଖିଛି ପୋଲିସ । ସଂଜୟ ନାଁରେ ୧୩ ଟି ମାମଲା ବି ରହିଛି । ସଂଜୟ ଠାରୁ ନଗଦ ୩୯ ହଜାର ୫୦୪ ଟଙ୍କା ସହ ଚୋରିରେ ବ୍ୟବହୃତ ବିଭିନ୍ନ ଉପକରଣ ଜବତ କରିଛି ପୋଲିସ ।

   Related Posts