ଗଞ୍ଜେଇ କାରବାରରେ ଇମ୍ରାନ ଖାନ୍ ଗିରଫ

Published By : Prameya-News7 Bureau | November 14, 2020 IST

ଜୟପୁର ୧୪।୧୧: କୋରାପୁଟରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ମାମଲାରେ ମୁଖ୍ୟ ଅଭିଯୁକ୍ତ ଇମ୍ରାନ ଓରଫ ରାଜା ଖାନ୍ ଗିରଫ । ଇମ୍ରାନକୁ ଗିରଫ କରିଛି ଜୟପୁର ସଦର ଥାନା ପୋଲିସ ।

{"id":361638,"sizeSlug":"large"}

ଗଞ୍ଜେଇ ମାଫିଆ ଇମ୍ରାନ ଓରଫ ରାଜା ଖାନ୍ ଙ୍କୁ ଗିରଫ କରିଛି ପୋଲିସ । ଜୟପୁର ସଦର ଥାନା କେସ୍ ନଂ ୨୨୨/୨୦ ୟୁ/ଏସ ୨୦ (ବି) (ଆଇଆଇ) (ସି) ଏନଡିପିଏସ ଆକ୍ଟ/୩୮୯/୩୪ ଆଇପିସିରେ ମାମଲା ରୁଜୁ କରାଯାଇ ଇମ୍ରାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଇମ୍ରାନ୍ ନାଁରେ କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି । ଇମ୍ରାନ ନିକଟରୁ ୩ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି ପୋଲିସ ।

{"id":361639,"sizeSlug":"large"}

ଗତ ୧୨ ତାରିଖରେ ଗଞ୍ଜେଇ ଚାଲାଣ ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଜଣେ ହାବିଲଦାର ଏବଂ ଜଣେ ଓଏପିଏଫ ଥିଲେ । ଉଭୟ ପୋଲିସ କର୍ମଚାରୀଙ୍କୁ କୋରାପୁଟ ଏସପି ନିଲମ୍ବିତ କରିଛନ୍ତି । ସେମାନଙ୍କ ନିକଟରୁ ପୋଲିସ ୨୬୯.୫ କେଜି ଗଞ୍ଜେଇ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହାସହ ଗୋଟିଏ କାର, ୩ଟି ମଟର ସାଇକେଲ ଓ ୬ଟି ମୋବାଇଲ ଜବତ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.