ପୋଲସ୍‌ ଉପରକୁ ଗୁଳିମାଡ଼, କମ୍ୱିଂ ବେଳେ ଚମ୍ପଟ ମାରିଲା କୁଖ୍ୟାାତ ଅପରାଧୀ କୁନା

Published By : Prameya-News7 Bureau | October 07, 2021 IST

ବ୍ରହ୍ମପୁର, ୦୭/୧୦: ପୋଲିସ ଉପରକୁ କୁଖାତ ଅପରାଧୀର ଗୁଳିମାଡ଼ । ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଢେୟାଘର ନିକଟ ଏକ ଜଙ୍ଗଲରେ ଆତ୍ମ ଗୋପନ କରିଥିବା କୁଖ୍ଯାତ ଅପରାଧି କୁନା ବେହେରାକୁ କାବୁ କରିବା ଲାଗି ପୋଲିସର ସ୍ବତନ୍ତ୍ର ଟିମ୍ ଜଙ୍ଗଲରେ ଛାପା ମାରିଥିଲା । ଏହି ସମୟରେ ପୋଲିସ ଉପରକୁ ଅତର୍କିତ ଗୁଳି ଓ ବୋମା ମାଡ଼ କରି ଅପରାଧୀ କୁନା ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି ।

କମ୍ବିଂ ବେଳେ ଜଙ୍ଗଲରୁ ବନ୍ଧୁକ, ଅଫୁଟା ଗୁଳି, ବୋମା ଓ ଖାଦ୍ୟ ସାମଗ୍ରୀକୁ ଜବତ କରିଛି ପୋଲିସ । ହାର୍ଡକୋର ଅପରାଧୀ କୁନା ବେହେରା ନାମରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ  ୨୫ରୁ ଅଧିକ ଅପରାଧୀକ ମାମଲା ରହିଥିବା ବେଳେ ପୋଲିସ ଆଖିରେ ଧୂଳି ଦେଇ କୁନା ଗ୍ରାମ ବାସିଙ୍କୁ ଭୟଭୀତ କରୁଥିଲା । ସେ ଜଙ୍ଗଲରେ ଆତ୍ମ ଗୋପନ କରିବା ସହ ଗଞ୍ଜେଇ ଚାଲାଣ, ପଶୁ ପକ୍ଷୀ ଶୀକାର ଭଳି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ପୁଲିସ ସୂଚନା ଦେଇଛି। କୁନାକୁ ଧରିବା ପାଇଁ ପୋଲିସ୍ର ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । ଖୁବ୍ ଶୀଘ୍ର କୁନା ଏବଂ ତାହାର ସହଯୋଗୀଙ୍କୁ ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.