କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକ ଆହତ

Published By : Prameya-News7 Bureau | March 06, 2019 IST

କେନ୍ଦ୍ରାପଡା ୬|୩ :  କେନ୍ଦ୍ରାପଡ଼ାରେ ପୁଣି ଥରେ ଏନକାଉଣ୍ଟର ହୋଇଛି | ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକକୁ ସଦର ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ମିଳିତ ଭାବେ ଏନକାଉଣ୍ଟର କରିଛନ୍ତି  | ବିଜୟର ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି | ୫ ନମ୍ବର ‘କ’ ଜାତୀୟ ରାଜପଥର କଜଳlଗଡା ଠାରେ ପୋଲିସକୁ ଦେଖି ଖସି ଯିବାକୁ ବସିଥିବାବେଳେ ପୋଲିସ ଗୁଳିର ଶିକାର ହୋଇ ଥିଲା ବିଜୟ | ତେବେ 2୦୦୯ ମସିହାରେ ବହୁ ଚର୍ଚ୍ଚିତ ଗାଙ୍ଗଷ୍ଟର ସୁଲେମାନକୁ ହତ୍ୟା କରି ଫେରାର୍ ଥିଲା ବିଜୟ | ସେବେଠୁ ନକଲି ପରିଚୟପତ୍ର ତିଆରି କରି ଆତ୍ମଗୋପନ କରିବାରେ ସଫଳ ହୋଇଥିଲା ସେ | ବିଜୟ ନାମରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଥାନାରେ ଚୋରି, ଡକାୟତି, ଅପହରଣ, ଦାଦା ବଟି, ହତ୍ୟା ପ୍ରଭୃତି ୧୦୦ରୁ ଅଧିକ ମାମଲା ରହିଛି | ବିଜୟ ନିକଟରୁ ପୋଲିସ ଏକ ମାଉଜର, ଏକ ବାଇକ ଓ ନକଲି ଭୋଟର ପରିଚୟ ପତ୍ର ଜବତ କରିଛି | ବିଜୟକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.