Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିଶାସକ୍ତ ଅବସ୍ଥାରେ ଯୁବତୀଙ୍କ ସହ ଗିରଫ ହେଲେ କୁଖ୍ୟାତ ବିଲଡର କମଳେଶ ରାମାଣୀ, ଜାଣନ୍ତୁ କାହିଁକି ମୁହଁ ଲୁଚାଇଲେ ଯୁବତୀ…

7/09/2019 at 3:24 PM

ରାଜକୋଟ୭|୯: ଗୁଜୁରାତର କାଲଓ୍ବାର ରୋଡସ୍ଥିତ ତୁଲିପ୍ ଫ୍ଲାଟ୍‌ରୁ କୁଖ୍ୟାତ ବିଲଡର କମଳେଶ୍‌ ରାମାଣୀକୁ ପୋଲିସ ଗିରଫ କରିଛି।ନିଶାସକ୍ତ ଅବସ୍ଥାରେ ଯୁବତୀଙ୍କ ସହ କମଳେଶକୁ ତୁଲିପ ବିଲଡିଂର ଫ୍ଲାଟରୁ ଗିରଫ କରାଯାଇଛି।ପୋଲିସ କମିଶନର ମନୋଜ ଅଗ୍ରଓ୍ବାଲ କହିଛନ୍ତି ଯେ, ତାଙ୍କୁ ଗିରଫ କରି ବଡୋଦରା ଜେଲକୁ ପଠାଇ ଦିଆଯାଇଛି।ବଳତ୍କାର, ଏସିଡ୍‌ ଆକ୍ରମଣ ଓ ଫାୟାରିଂ ଭଳି ୧୭ଟି ମାମଲା ତାଙ୍କ ନାଁରେ ରୁଜୁ କରାଯାଇଛି।ନିଶା ଦେଇ ଦୁଇ ଯୁବତୀଙ୍କ ସହ ଅଭିଯୁକ୍ତ କମଳେଶ ଦୁଷ୍କର୍ମ କରିଥିଲା ବୋଲି ପୋଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ, ଫ୍ଲାଟରୁ ଯୁବତୀଙ୍କ ସହ କମଳେଶ ରହିଥିବାର ସୂଚନା ପୋଲିସ ପାଇଥିଲା।ତୁଲିପ ଫ୍ଲାଟରେ ଉପରେ ପୋଲିସ ଚଢ଼ାଉ କରି ପୋଲିସ  ଉଭୟଙ୍କୁ ଗିରଫ କରିଥିଲା।କମଳେଶ ଯେଉଁ ଯୁବତୀଙ୍କ ସହ ରହୁଥିଲେ ସେ କିଏ ଜାଣିବା ପାଇଁ ପୋଲିସ ପଚରାଉଚାର କରିଥିଲା। ଯୁବତୀ ଜଣକ କହିଥିଲେ ଯେ, ତାଙ୍କ  ନାଁ ହେଉଛି ରୋଶନି(ଛଦ୍ମନାମ)।ସେ ନିଜ ଇଚ୍ଛାରେ କମଳେଶ ପାଖକୁ ଯାଇଥିଲେ। ଯୁବତୀ ଜଣକ ତାଙ୍କ ପ୍ରେମିକା ଥିବାରୁ ସେ ନିଜ ମୁହଁ ଲୁଚାଇଥିଲେ। ପୋଲିସ କହିବା ସତ୍ବେ ବି ଯୁବତୀ ମୁହଁ ଦେଖାଇ ନଥିଲେ।

ରାଜକୋଟରେ କମଳେଶଙ୍କ ନାଁରେ ବିଭିନ୍ନ ଅଭିଯୋଗ ରହିଛି।ବିଲଡର ନାଁ କହି କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ମଧ୍ୟ ତାଙ୍କ ନାଁରେ ରହିଛି। କହିବାକୁ ଗଲେ ବଦନାମ ବିଲଡର ଭାବେ ତାଙ୍କୁ ରାଜକୋଟରେ ସବୁ ଜାଣନ୍ତି। କମଳେଶଙ୍କ ପାଖରେ ଅଧିକ ଟଙ୍କା ଥିବାରୁ ସେ ଅପରାଧ କରିବା ପାଇଁ ସଙ୍କୋଚ କରନ୍ତି ନାହିଁ ବୋଲି ପୋଲିସ ସୂଚନା ଦେଇଥିଲେ।କମଳେଶଙ୍କ ନାଁରେ ଦୁଷ୍କର୍ମଭଳି ସଂଗୀନ ଅଭିଯୋଗ ରହିଛି। ପୋଲିସ ପଞ୍ଝାରୁ ସବୁଥର ଖସି ଯାଆନ୍ତି କିନ୍ତୁ ଏଥର ପୋଲିସ ତାଙ୍କୁ ଗିରଫ କରିଛି।

   Related Posts