Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଟିକେଟ ବାଣ୍ଟିବା ନେଇ ଚାଲିଛି ଛକା ପଞ୍ଝା: ସବୁଠୁ ପଛରେ ରହିଛି କଂଗ୍ରେସ, ବିଜୟଙ୍କୁ ମହାକାଳପଡା ବା ପାଟକୁରାରୁ ପ୍ରାର୍ଥୀ କରିପାରେ ବିଜେପି

28/03/2019 at 7:34 PM

ଭୁବନେଶ୍ବର ୨୮|୩: ତୃତୀୟ ପ୍ରର୍ଯ୍ୟାୟ ଭୋଟ ପାଇଁ ବିଜ୍ଞପ୍ତି ଘୋଷଣା ହୋଇସାରିଲାଣି। କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ କାର୍ଡ ଖୋଲି ନାହାନ୍ତି। ଛକାଛକି ହୋଇ ପ୍ରାର୍ଥୀ ଘୋଷଣା କରୁଛନ୍ତି କିନ୍ତୁ ଯେଉଁଠି ରହିଛି ଡର କିମ୍ବା ଦ୍ବନ୍ଦ୍ବ ସେଠାରୁ ପରଦା ହଟୁନାହିଁ । ସବୁଠାରୁ ପ୍ରଥମେ ପ୍ରାର୍ଥୀ ଘୋଷଣା କରିବ ବୋଲି ହୁଂକାର ଛାଡ଼ିଥିବା କଂଗ୍ରେସ ଏ ତାଲିକା ପ୍ରକାଶରେ ପଛରେ ପଡ଼ିଯାଇଛି।

ତୃତୀୟ ପ୍ରର୍ଯ୍ୟାୟ ଭୋଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା।  ହେଲେ ଏବେ ବି ଲୋକସଭା  ଏବଂ ବିଧାନସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା ଦ୍ବନ୍ଦ୍ବ ହଟୁନି। ୧୪୭ ଆସନରୁ ବିଜେଡି ୧୦୧ ଆସନ ଘୋଷଣା କରିଥିବା ବେଳେ  ବିଜେପି ୧୩୦ ଆସନ ଏବଂ କଂଗ୍ରେସ ୯୨ ଟି ଆସନରେ ଏଯାବତ ପ୍ରାର୍ଥୀ ଘୋଷଣା କରିଛନ୍ତି। ସେହିପରି ୨୧ଟି ଲୋକ ସଭା ଆସନରୁ ବିଜେଡି ୧୮, ବିଜେପି ୧୯ ଘୋଷଣା କରିଥିବାବେଳେ କଂଗ୍ରେସ ୧୧ ଆସନ ଘୋଷଣା କରିଛି।

ଦିନେ ବି​‌ଜେଡି କହୁଥିଲା ବିଜେପିର ପ୍ରାର୍ଥୀ ନାହାନ୍ତି ବୋଲି ବିଜେଡିର ଅସନ୍ତୁଷ୍ଟଙ୍କ ଉପରେ ନଜର ରଖିଛି । ଏବେ କିନ୍ତୁ ଟିକେଟ ବାଣ୍ଟିବାରେ ବିଜେପି ପାଦେ ଆଗରେ ରହିଛି ।  ମାତ୍ର ୧୭ ଟି ଆସନକୁ ହାତରେ ରଖି ସବୁ ଆସନରେ ପ୍ରାର୍ଥୀ ଦେଇସାରିଲାଣି ବିଜେପି।  ବିଜେଡି ୪୬ ଆସନ ଉପରେ ପରାଦା ଢ଼ାଙ୍କି ରଖିଛି ।  କଂଗ୍ରେସ ୫୫ ସିଟରେ ଘେଷଣା କରିନାହିଁ ।

ତିନି ଦଳ ଭୁବନେଶ୍ବର ଉତ୍ତର ଆସନରେ ପ୍ରାର୍ଥୀ ଘୋଷଣା କରି ନାହିନ୍ତି।  ବିଜେଡି ଜଗତ୍‌ସିଂହପୁରର ଗୋଟିଏ ଆସନରେ ବି ପ୍ରାର୍ଥୀ ଘୋଷଣା କରିନି। ଏପଟେ କେନ୍ଦ୍ରପଡାରେ ବିଜେପି ବିଜୟ ମହାପାତ୍ରଙ୍କୁ ଆଖି ଆଗରେ ରଖି ପାଟକୁରା, ମହାକାଳପଡା ଓ କେନ୍ଦ୍ରପଡା ସିଟରେ ପ୍ରାର୍ଥୀ ଘୋଷଣା କରିନାହିଁ। କଂଗ୍ରେସର ତୃତୀୟ ଓ ଚତୁର୍ଥ ପ୍ରର୍ଯ୍ୟାୟ ଆସନ ପାଇଁ ଆଜି ବସୁଛି ସିଇସି ବୈଠକ, ସେଠାରେ ଫୈସଲା ହେବ ।

ଯେଉଁ ସିଟ୍‌ଗୁଡ଼ିକରେ ଟିକେଟ ବଣ୍ଟା ହୋଇନାହିଁ। ସେହିଠାରେ ବୁଝିବାକୁ ହେବ ଯେ କଡ଼ା ମୁକାବିଲା ହେବ। ସେଠାରେ ଗୋଟିଏ ଗୋଟିଏ ଭୋଟ୍‌ ତିନି ଦଳର ହାରଜିତର ଫର୍ମୁଲା ବାହାର କରିବ।  

   Related Posts