ବିଜେପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Published By : Prameya-News7 Bureau | September 23, 2019 IST

ଭୁବନେଶ୍ବର ୨୩।୯: ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି । ସେପ୍ଟେମ୍ବର ୩୦ରେ ନାମାଙ୍କନ ପତ୍ର ଦାଖଲ ସରିବ । ଅକ୍ଟୋବର ୩ ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ରହିଛି  । ଅକ୍ଟୋବର ୨୧ରେ ହେବ ନିର୍ବାଚନ । ୨୪ରେ  ଫଳାଫଳ ପ୍ରକାଶ ପାଇବ ।

ତେବେ ବିଜେପୁରରେ ବନ୍ଧୁତ୍ବପୂର୍ଣ୍ଣ ନୁହେଁ ଜୋର ଦାର ଲଢ଼େଇ ହେବ । ଏଥିପାଇଁ ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଚୟନ କସରତ ଆରମ୍ଭ କରିଛନ୍ତି । ପ୍ରାର୍ଥୀ ଚୟନ ପାଇଁ ଆଜି ନବୀନ ନିବସରେ ବିଜେଡିର ବୈଠକ ବସିବ । କିଏ ପ୍ରାର୍ଥୀ ହେବ , କିଏ କିଏ ଦାୟିତ୍ବରେ ରହିବେ, ଷ୍ଟାର ପ୍ରାଚାରକ କେଉଁମାନେ ରହିବେ । ସେନେଇ ଆଲୋଚନା ହେବ। ବୈଠକ ପରେ ନବୀନ ଦିନେ ଦୁଇ ଦିନ ଭିତରେ  ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ।

ସେହିପରି ବିଜେପି ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ବିଜେପୁର ପାଇଁ ନାମ ଚୂଡାନ୍ତ କରି କେନ୍ଦ୍ରୀୟ କମିଟିକୁ ପଠାଯିବ । ଏହାପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ସେପଟେ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ଆସନ୍ତାକାଲି ପିସିସି ବୈଠକ ଡାକିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.