Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ରାଜ୍ୟର ବିଭିନ୍ନ ମନ୍ଦିରର ଅଡିଟ୍ ହେବ, ସରକାରଙ୍କ ପକ୍ଷରୁ ନୋଟିସ୍ ଜାରି

26/09/2019 at 11:15 AM

ଭୁବନେଶ୍ବର ୨୬।୯: ରାଜ୍ୟର ବିଭିନ୍ନ ମନ୍ଦିରର ଅଡିଟ୍ ହେବ । ଏଥିପାଇଁ ସରକାରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ସେହିଭଳି ଯେଉଁ ଅଡିଟରମାନେ ଅଡିଟ୍ କରିବେ ସେମାନଙ୍କୁ ପ୍ରିନସିପାଲ ଆକାଉଣ୍ଟାଣ୍ଟ ଜେନେରାଲ ନୋମିନେଟ୍ କରିବେ । ଅଡିଟ୍ ହେବାକୁ ଥିବା ବିଭିନ୍ନ ଜିଲ୍ଲାର ୬୧ ଟି ମନ୍ଦିର, ମଠ ଦେବୋତ୍ତର ବିଭାଗ ଅଧିନରେ ଥିବା ବିଭିନ୍ନ ଇନଷ୍ଟିଚ୍ୟୁସନ୍ ରହିଛି । ଭୁବନେଶ୍ବରର ରାମ ମନ୍ଦିର, ଲିଙ୍ଗରାଜ ମନ୍ଦିର ଭଳି ୭ଟି ମନ୍ଦିର, କଟକର ଚଣ୍ଡି ମନ୍ଦିର, ବାଙ୍କୀର ଚର୍ଚ୍ଚିକା ଭଳି ୬ଟି ମନ୍ଦିରର ଅଡିଟ୍ ହେବ ।

ସେହିଭଳି ଅଡିଟ୍ ହେବାକୁ ରହିଛି ପୁରୀର ବାଟମଙ୍ଗଳା, ଜଗନ୍ନାଥ ବଲ୍ଲଭ ମଠ, ବ୍ରହ୍ମଗିରିର ଅଲାରନାଥ ମନ୍ଦିର, କାକଟପୁରର ମା’ ମଙ୍ଗଳା ମନ୍ଦିର ଭଳି ୧୪ ଟି ମନ୍ଦିର ଓ ମଠ । ସେହିଭଳି କେନ୍ଦ୍ରାପଡାର ବଳଦେବ ଜୀଉ ମନ୍ଦିର, ଜଗତସିଂପୁର ମା’ ସାରଳାଙ୍କ ମନ୍ଦିର, ଯାଜପୁରର ମା’ ବିରଜା ମନ୍ଦିର ଆଦି ରହିଛି ।

ସେପଟ ଲିଙ୍ଗରାଜ ମନ୍ଦିରର ରକ୍ଷଣାବେକ୍ଷଣ ଓ ସୁରକ୍ଷା ନେଇ ପ୍ରତ୍ନତାତ୍ତ୍ବିକ ବିଭାଗ ଚରମ ଅବହେଳା ପ୍ରଦର୍ଶନ କରିଛି ବୋଲି ଦେବୋତ୍ତର କମିଶନ ଚିତ୍ତରଞ୍ଜନ ମହାପାତ୍ର ପ୍ରତ୍ନତାତ୍ତ୍ବିକବିଭାଗର ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ମନ୍ଦିର ଚତୁଃପାର୍ଶ୍ବରେ ଥିବା ଜବରଦଖଲ ଉଚ୍ଛେଦ ଓ ମନ୍ଦିରରେ ଦେଖାଦେଇଥିବା ଫାଟର ମରାମତି ଆଦି ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ।

   Related Posts