ରାଜ୍ୟସଭା ଉପନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି, ଜୁଲାଇ ୫ରେ ହେବ ନିର୍ବାଚନ

Published By : Prameya-News7 Bureau | June 15, 2019 IST

ଭୁବନେଶ୍ୱର ୧୫।୬:  ରାଜ୍ୟସଭାରେ ରିକ୍ତ ହୋଇଥିବା ଓଡିଶାର ୩ଟି ଆସନ ନିମନ୍ତେ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଜୁଲାଇ ୫ ତାରିଖ ଦିନ ରାଜ୍ୟସଭା ନିମନ୍ତେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଜୁଲାଇ ୯ ତାରିଖ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।

ରାଜ୍ୟସଭା ସାଂସଦ ପଦରୁ  ସୌମ୍ୟରଞ୍ଜନ ପଟ୍ଟନାୟକ, ଡ.ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବ ନିକଟରେ ଇସ୍ତଫା ଦେଇଥିଲେ। ବିଜେଡିର ଏହି ୩ ନେତାଙ୍କ ମଧ୍ୟରୁ ଡ. ସାମନ୍ତ ଗତ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ବିଜୟୀ ହୋଇଥିବା ବେଳେ ସୌମ୍ୟ ଓ ପ୍ରତାପ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏଣୁ ସାମ୍ବିଧାନିକ ଦାୟିତ୍ୱ ଦୃଷ୍ଟିରେ ସେମାନେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ବେଳେ ଉପନିର୍ବାଚନ ଜରୁରି ହୋଇପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.