ଶ୍ରୀ ମନ୍ଦିର ଚାରିପଟୁ ୫ଟି ସାହିର ୧୫ ଏକର ଜମି ହେବ ଅଧିଗ୍ରହଣ, ପ୍ରକାଶ ପାଇଲା ବିଜ୍ଞପ୍ତି

Published By : Prameya-News7 Bureau | September 25, 2019 IST

ପୁରୀ - ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରଠାରୁ ୭୫ ମିଟର ପରିଧି ମଧ୍ୟରେ ରହିଥିବା ୫ଟି ସାହିରୁ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୫ଟି ସାହିରୁ ୧୫ ଏକର ୧୯୧ ଡିସିମିଲ ଜମି ଅଧିଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହି ୧୫ ଏକର ୧୯୧ ଡିସିମିଲି ମଧ୍ୟରେ ୧୨ ଏକର ୫୫ ଡିସିମିଲି ଘରୋଇ ଜମି ହୋଇଥିବା ବେଳେ ଅବଶିଷ୍ଟ ସରକାରୀ ଜମି । ଉଚ୍ଛେଦ ହେବାକୁ ଥିବା ସାହି ଗୁଡିକ ହେଲା ବାସେଳୀ ସାହି , ମଣିକର୍ଣ୍ଣିକା ସାହି ,ଚୁଡଙ୍ଗ ସାହି, ଦୋଳମଣ୍ଡପ ସାହି ଏବଂ କାଳିକା ଦେବୀ ସାହି ।


କାଳିକା ଦେବୀ ସାହିର ଘରୋଇ ଜମି ୧.୯୫ ଏକର ଓ ସରକାରୀ ଜମି ୦.୫୨ ଏକର , ମଣିକର୍ଣ୍ଣିକା ସାହିର ଘରୋଇ ଜମି ୩.୬୨୭ ଏକର ଓ ସରକାରୀ ଜମି ୦.୧୩୩ ଏକର , ବାସେଳୀ ସାହିର ଘରୋଇ ଜମି ୩.୦୨୮ ଏକର ସରକାରୀ ଜମି ୦.୦୬୪ ଏକର , ଚୁଡଙ୍ଗ ସାହିର ଘରୋଇ ଜମି ୩.୮୬୧ ଏକର ଓ ସରକାରୀ ଜମି ୧.୨୮ ଏକର , ଦୋଳମଣ୍ଡପ ସାହିର ଘରୋଇ ଜମି ୦.୦୭୭ ଓ ସରକାରୀ ଜମି ୦.୦୭୪ ଏକର ଜମି ଅଧିଗ୍ରହଣ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.