ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି, ଜୁଲାଇ ୫ ତାରିଖରେ ହେବ ନିର୍ବାଚନ

Published By : Prameya-News7 Bureau | June 18, 2019 IST

ନୂଆଦିଲ୍ଲୀ ୧୮|୬: ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି । ରାଜ୍ୟର ଖାଲି ପଡ଼ିଥିବା ତିନୋଟି ଆସନ ପାଇଁ ଆସନ୍ତା ଜୁଲାଇ ୫ ତାରିଖରେ ନିର୍ବାଚନ ହେବ । ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ଚଳିତ ମାସ ୨୫ ରହିଥିବା ବେଳେ ୨୬ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଜୁନ୍ ୨୮ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ।  ଜୁଲାଇ ୫ ତାରିଖ ଦିନ ବିଧାନସଭା ପରିସରରେ ସକାଳ ୯ଟା ଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।

ସେହିଦିନ ଅପରାହ୍ଣ ୫ଟା ବେଳେ ଫଳାଫଳ ଘୋଷଣା କରାଯିବ।  ପ୍ରତାପ ଦେବ, ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଧାୟକ ଏବଂ ଅଚ୍ୟୁତ ସାମନ୍ତ ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ଏହାପରେ ଓଡିଶାର ୩ଟି ଆସନ ଖାଲି ପଡିଛି । ଏହି ଆସନ ପାଇଁ ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅରୂପ ପଟ୍ଟନାୟକ, ଅମର ପଟ୍ଟନାୟକ, ଆକାଶ ଦାସ ନାୟକ, ଅନଙ୍ଗ ଉଦୟ ସିଂଦେଓ, ରବୀନ୍ଦ୍ର ଜେନାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.