Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଗାଙ୍ଗୁଲି ଓ କୋହଲିଙ୍କ ନାଁରେ ମାମଲା ରୁଜୁ : କୋର୍ଟ ପଠାଇଲେ ନୋଟିସ, ଦୁଇ କ୍ରିକେଟର ଫାଣ୍ଟାସି ସ୍ପୋର୍ଟ ପାଇଁ କରିଥିଲେ ବିଜ୍ଞାପନ

3/11/2020 at 9:36 PM

ନୂଆଦିଲ୍ଲୀ, ୦୩/୧୧:   ମାଡ୍ରାସ ହାଇକୋର୍ଟ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ବିସିସଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନୋଟିସ ପଠାଇଛନ୍ତି । ଏହାସହ ଅଭିନେତା ପ୍ରକାଶ ରାଜ, ରାଣା, ସୁଦିପ ଖାନ ଏବଂ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ମଧ୍ୟ ନୋଟିସ୍ ପଠାଇଛନ୍ତି କୋର୍ଟ । ଅନଲାଇନ୍ ଫ୍ୟାଣ୍ଟାସି ସ୍ପୋର୍ଟସ ଆପର ବିଜ୍ଞାପନକୁ ନେଇ ଏହି ନୋଟିସ ଜାରି କରାଯାଇଛି । କୋର୍ଟ ସମସ୍ତଙ୍କୁ ବିଜ୍ଞାପନ ବାବଦରେ ଜବାବ ମାଗିଛନ୍ତି । ହାଇକୋର୍ଟ ମଦୁରାଇ ବେଞ୍ଚର  ଜଷ୍ଟିସ ଏନ କିରୁବାକରନ ଓ ବି ପୁଗଲେନ୍ଧି ଏହି ଭଳି ଆପର ବିଜ୍ଞାପନ ନେଇ ଅନ୍ୟ କେତେଜଣଙ୍କୁ ମଧ୍ୟ ନୋଟିସ ପଠାଇଛନ୍ତି । ନଭେମ୍ବର ୧୯ ମଧ୍ୟରେ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମହମ୍ମଦ ରିଜଭି ନାମରେ ଜଣେ ଓକିଲ ଏହି ମାମଲାରେ କୋର୍ଟରେ ଆବେଦନ କରିଥିଲେ । ସେ କହିଥିଲେ ଯେ, ତାମିଲନାଡୁରେ ଗତ କିଛିଦିନ ଧରି ଏକ ଆପରେ ଯୁବକଙ୍କୁ ଟଙ୍କା ଲଗାଇବା ପାଇଁ କୁହାଯାଉଛି । ଜଣେ ଯୁବକ ଏହି ଆପରେ ଟଙ୍କା ଲଗଇବା ପରେ କ୍ଷତି ହେବାରୁ ଆତ୍ମହତ୍ୟା କରିଥିଲେ । ଏହାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଏହି ଆପରେ ଚେନ୍ନାଇ ସୁପର କିଙ୍ଗସ, ରାଜସ୍ଥାନ ରୟାଲ୍ସ ଭଳି ଆଇପିଏଲ ଟିମ୍ ନାଁରେ ଦଳ ରହିଛି । କିଛି ଆପରେ ରାଜ୍ୟ ନାଁରେ ଟିମ୍ ରହିଛି । ଏହାସହ କୋର୍ଟ ଆପ୍ ମାଲିକଙ୍କ ଉପରେ ସେଲିବ୍ରିଟିଙ୍କ ଉପଯୋଗ କରି କୋଟି କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ଲଗାଇଛନ୍ତି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଗତ ଅଗଷ୍ଟରେ ଏପରି ଏକ ମାମଲା କୋର୍ଟରେ ପହଁଚିଥିଲା । ଚେନ୍ନାଇର ଏକ ଓକିଲ କୋର୍ଟରେ ଆବେଦନ କରିଥିଲେ । ଏହା ଉପରେ ରୋକ୍ ଲଗାଇବାକୁ ସେ କୋର୍ଟଙ୍କ ଆଗରେ ଗୁହାରି କରିଥିଲେ । ଏପରିକି ଏହା ଆର୍ଟିକିଲ ୨୧ର ଉଲଙ୍ଘନ ବୋଲି ସେ କହିଥିଲେ ।

ବିରାଟ କୋହଲିଙ୍କ ସହ ଅନ୍ୟ ସେଲିବ୍ରିଟିଙ୍କୁ ନୋଟିସ ଏହି ସମୟରେ ଆସିଛି ଯେତେବେଳେ ବିସିସିଆଇ ଏମପିଏଲକୁ କିଟ୍ ସ୍ପନସର ଭାବେ ମନୋନୀତ କରିଛି । ଏଥି ପାଇଁ ୩ ବର୍ଷର ଚୁକ୍ତି ମଧ୍ୟ ହୋଇଛି ।

   Related Posts