Monday, February 18, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରଥଯାତ୍ରା ବ୍ୟବସ୍ଥାବଳୀକୁ ଉଲଂଘନ କରିଥିବା ସେବାୟତ, ଅଧିକାରୀ ଓ କର୍ମଚାରୀଙ୍କୁ ନୋଟିସ୍ ଜାରି

ପୁରୀ ୧୪/୯ : ରଥଯାତ୍ରା ବ୍ୟବସ୍ଥାବଳୀକୁ ଉଲଂଘନ କରିଥିବା ସେବାୟତ, ଅଧିକାରୀ ଓ କର୍ମଚାରୀଙ୍କୁ ନୋଟିସ୍ ଜାରି କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୫ ଜଣ ଦଇତାପତିଙ୍କୁ ସ୍ନାନଯାତ୍ରାରେ ବିଶୃଙ୍ଖଳା ଓ ବ୍ୟବସ୍ଥାବଳୀ ଉଲଂଘନ କରିଥିବା ଅଭିଯୋଗରେ ନୋଟିସ କରାଯାଇଥିବା ସୂଚନା ମିଳିଛି। ସିସିଟିଭି ଫୁଟେଜ ଓ ଭିଡ଼ିଓ ରେକର୍ଡ଼ିଂ କରାଯାଇଥିବା ଆଧାରରେ ଏହି ବ୍ୟବସ୍ଥାବଳୀ ଉଲଂଘନ କରିଥିବା ସେବାୟତଙ୍କୁ ଚିହ୍ନଟ କରାଯାଇଛି। ସେବାୟତ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନଙ୍କ ଦ୍ୱାରା ଏହି ନୋଟିସ ଜାରି କରାଯାଇ ୧୫ ଦିନ ମଧ୍ୟରେ ନୋଟିସର ଉତ୍ତର ଦେବା ପାଇଁ କୁହାଯାଇଛି। ଉତ୍ତର ସନ୍ତୋଷଜନକ ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ସ୍ନାନଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ବିଭିନ୍ନ ବିଶୃଙ୍ଖଳା ନେଇ ପ୍ରାୟ ୪୨ ଜଣଙ୍କୁ ପର୍ଯ୍ୟାୟ କ୍ରମେ ନୋଟିସ ଜାରି କରାଯିବ ବୋଲି ସୂଚନା ମିଳିଛି। ତେବେ ଦଇତାପତି ନିଯୋଗର ସଦସ୍ୟ ମାନେ ଏଭଳି କୌଣସି ନୋଟିସ ହସ୍ତଗତ ହୋଇନଥିବା କହିଛନ୍ତି। ରଥଯାତ୍ରା ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଥିବା ବେଳେ ଏଭଳି ନୋଟିସ ଜାରି କରାଯିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସେବାୟତ।

254 Views

   ସମ୍ବନ୍ଧିତ ଖବର