ପାକିସ୍ତାନୀ ମହିଳାଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶଦେଲା ଗୃହ ମନ୍ତ୍ରଣାଳୟ,୨୦୨୦ ଯାଏ ବୈଧଥିବା କଥା କହିଲେ ମହିଳା
23/02/2019 at 7:01 PM

ନୂଆଦିଲ୍ଲୀ ୨୩/୨- ଗୃହ ମନ୍ତ୍ରଣାଳୟ ତରଫରୁ ୧୫ ଦନ ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶଦେବା ପରେ କୋର୍ଟରେ ଦ୍ଵାରସ୍ଥ ହେବା ସହ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମହିଳା ।
ସୂଚନା ଅନୁସାରେ ପାକିସ୍ତାନି ମହିଳା ୨୦୦୫ ମସିହାରେ ଜଣେ ଭାରତୀୟ ଯୁବକଙ୍କୁ ବିବାହ କରିଥିଲେ । ବିବାହ ପରେ ସେମାନେ ଦି୍ଲ୍ଲୀରେ ରହୁଥିଲେ । ସେମାନଙ୍କର ଦୁଇଟି ପିଲା ମଧ୍ୟ ଥିଲେ । କିନ୍ତୁ ଅଚାନକ ଗୃହ ମନ୍ତ୍ରଣାଳୟ ତରଫତୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେବାପରେ ବାଦ୍ୟହୋଇ ଆଇନଗତ ସାହାର୍ଯ୍ୟ ପାଇଁ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ।
ସେ କହିଛନ୍ତି ତାଙ୍କର ରହିବାର କାର୍ଯ୍ୟକାଳ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । କିନ୍ତୁ ଏପରି ନୋଟିସ ହଠାତ୍ ମିଳିବା ତାଙ୍କୁ ଅଡ଼ୁଆରେ ପକାଇଛି । ସେ ହଠାତ ଭାରତ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି କହିଛନ୍ତି ପାକିସ୍ତାନୀ ମହିଳା ।
ଆଗତ ପିଟିସନରେ ମହିଳାଙ୍କ ସ୍ଵାମୀ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କ ସମୟସୀମା ବଢ଼ାଇବାକୁ ଲେଖିଛନ୍ତି ଚିଠି ।