କଟକ-ବାରବାଟୀ ବିଧାୟକ ମୋକିମଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

Published By : Prameya-News7 Bureau | August 26, 2019 IST

କଟକ - ଏକ ନିର୍ବାଚନୀ ମାମଲାରେ ଓଡିଶା ହାଇକୋର୍ଟ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିଙ୍କୁ ନୋଟିସ୍‌ ଜାରି କରିଛନ୍ତି । ପୂର୍ବତନ ବିଧାୟକ ତଥା ଚଳିତ ନିର୍ବାଚନରେ ମୋକିମଙ୍କ ଠାରୁ ୩,୮୨୭ ଖଣ୍ଡ ଭୋଟରେ ପରାଜିତ ହୋଇଥିବା ଦେବାଶୀଷ ସାମନ୍ତରାୟଙ୍କ ପକ୍ଷରୁ ହାଇକୋର୍ଟରେ ଏହି ନିର୍ବାଚନୀ ମାମଲା ରୁଜା ହୋଇଥିଲା ।
ଅଦାଲତ ଏହି ମାମଲାକୁ ଗ୍ରହଣ କରିବା ସହ ମୋକିମଙ୍କୁ ନିଜର ପକ୍ଷ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି । ସେପ୍ଟେମ୍ବର ୧୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.