Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ଗୁଗୁଲ୍ ଏବଂ ଫେସବୁକ୍‌କୁ ନୋଟିସ୍, ଏହା କାହିଁକି ବନ୍ଦ କରାଯାଉନାହିଁ ?

26/04/2020 at 1:38 PM

ନୂଆଦିଲ୍ଲୀ ୨୬।୪: କରୋନା ସଙ୍କଟର ସମ୍ମୁଖୀନ ହେଉଥିବା ଦେଶ ସମ୍ମୁଖରେ ଆଉ ଏକ ସମସ୍ୟା ଦେଖାଦେଇଛି । ମହାମାରୀକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ପରେ ଶିଶୁ ପର୍ଣ୍ଣୋଗ୍ରାଫିର ଚାହିଦା ବୃଦ୍ଧି ପାଇଛି । ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଏହାକୁ ବନ୍ଦ କରିବା ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ସର୍ଚ୍ଚ ଇଞ୍ଜିନ ଗୁଗୁଲ, ସୋସିଆଲ ମିଡିଆ ୱେବସାଇଟ୍ ଟ୍ବିଟର ଏବଂ ଫେସବୁକକୁ ନୋଟିସ୍ ପଠାଇ ଉତ୍ତର ମାଗିଛି ।

ଏନସିପିସିଆର ସୋସିଆଲ ମିଡିଆ ୱେବସାଇଟକୁ ପଚାରିଛି ଯେ, ପର୍ଣ୍ଣୋଗ୍ରାଫିର ମୁକାବିଲା ପାଇଁ ସେମାନେ କେଉଁ ପ୍ରକାର ନୀତି ଅନୁସରଣ କରୁଛନ୍ତି । ଏହା ସହିତ ଗୁଗୁଲ ଏବଂ ଫେସବୁକକୁ ପର୍ଣ୍ଣୋଗ୍ରାଫି ସମ୍ବନ୍ଧୀୟ ଅଭିଯୋଗ ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ କୁହାଯାଇଛି । ନିକଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା ଯେ ଭାରତରେ ଆଡଲ୍ଟ ସାଇଟ୍ ରେ ଆସୁଥିବା ଟ୍ରାଫିକ୍ କରୋନା ସଙ୍କଟ ପୂର୍ବ ସମୟ ତୁଳନାରେ ୨୪ରୁ ୨୬ ମାର୍ଚ୍ଚ ୨୦୨୦ ମଧ୍ୟରେ ୯୫ ପ୍ରତିଶତ ବୃଦ୍ଧି ପାଇଛି ।

ଇଣ୍ଡିଆ ଚାଇଲ୍ଡ ପ୍ରୋଟେକସନ ଫଣ୍ଡ କଡା ଚେତାବନୀ ଦେଇ କହିଥିଲା ଯେ ଏହାଦ୍ବାରା ଲକ୍ଷ ଲକ୍ଷ ପିଡୋଫାଇଲ୍, ଶିଶୁ ଦୁଷ୍କର୍ମକାରୀ ଏବଂ ଚାଇଲ୍ଡ ପର୍ଣ୍ଣୋଗ୍ରାଫିକଆଡିକ୍ଟସଙ୍କୁ ଅନଲାଇନ ସାମଗ୍ରୀ ଯୋଗାଉଛି ଯାହାଦ୍ବାରା ଶିଶୁମାନଙ୍କ ପାଇଁ ଇଣ୍ଟରନେଟ୍ ବହୁତ ଅସୁରକ୍ଷିତ ହୋଇପଡିଛି । ବେଳ ଥାଉ ଥାଉ ଯଦି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଶିଶୁମାନଙ୍କ ପ୍ରତି ଯୌନ ଅପରାଧ ଅତ୍ୟଧିକ ବୃଦ୍ଧି ପାଇପାରେ ।

   Related Posts