ଓଡ଼ିଆ ସଂସ୍କୃତି ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗରେ ଅଭିଜିତ ଆୟାରଙ୍କୁ ହାଜର ପାଇଁ ନୋଟିସ ହେବ
28/09/2018 at 4:17 PM

ଭୁବନେଶ୍ୱର ୨୮/୯ : ଓଡିଶା ସଂସ୍କୃତି ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଫଶିଥିବା ଅଭିଜିତ ଆୟାରଙ୍କୁ ହାଜର ହେବାକୁ ନୋଟିସ ହେବ । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାନସଭା ଗୃହ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆ ଯାଇଛି । ବିଧାନସଭା ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି ଆସନ୍ତା ଅକ୍ଟୋବର ୧୧ରେ ଅଭିଜିତ ଆୟାରଙ୍କୁ ହାଜର ହେବାକୁ ନୋଟିସ କରାଯିବ । ବିଧାନସଭା ୫୪ ପ୍ରକୋଷ୍ଠରେ ହାଜର ହେବାକୁ ଅଭିଜିତ ଆୟାରଙ୍କୁ କୁହାଯିବ ।