ଭୁବନେଶ୍ୱରର ୯ ଟି ସିନେମା ହଲ୍କୁ ନୋଟିସ୍
22/11/2019 at 9:05 PM

ଭୁବନେଶ୍ୱର ୨୨।୧୧ – ୯ଟି ସିନେମା ହଲ୍କୁ ନୋଟିସ୍ । ଭୁବନେଶ୍ୱରର ୯ଟି ସିନେମା ହଲ୍କୁ ନୋଟିସ୍ ଜାରି କରାଯାଇଛି । ବିଏମ୍ସି ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି । ବିଏମ୍ସିକୁ ବିଜ୍ଞାପନ ଅର୍ଥ ଦେଇ ନଥିବାରୁ ଏହି ସିନେମା ହଲ୍ମାନଙ୍କୁ ନୋଟିସ୍ ଜାରି କରାଯାଇଛି ।
ବିଭିନ୍ନ ସିନେମା ହଲ୍ ମଧ୍ୟରେ ବିଜ୍ଞାପନ ପ୍ରଦର୍ଶନ ପାଇଁ ବିଏମ୍ସିକୁ ଦେବାକୁ ଥିବା ବକେୟା ଅର୍ଥ ପ୍ରଦାନ କରି ନଥିବାରୁ ଏହ ନୋଟିସ୍ ଜାରି କରାଯାଇଛି । ଏବେ ଭୁବନେଶ୍ୱରରେ ବିଭିନ୍ନ ସିନେମା ହଲ୍ ସହିତ ମଲ୍ଟିପ୍ଲେକ୍ସ ଗଢି ଉଠିଛି । ଏହା ମଧ୍ୟରେ ବିଜ୍ଞାପନ ପ୍ରଦର୍ଶନ କରିବା ପାଇଁ ସିନେମା ହଲ୍ମାନେ ବିଏମ୍ସିଠାରୁ ଅନୁମତି ନେଇ ଥାଆନ୍ତି । ଏଥିପାଇଁ ଏକ ନିର୍ଦିଷ୍ଟ ଅର୍ଥ ବିଏମ୍ସିକୁ ପୈଠ କରିଥାଆନ୍ତି ।