ଲିଙ୍ଗରାଜ ମନ୍ଦିର କାନ୍ଥରେ ଲାଗିଲା ନୋଟିସ୍, ବେଆଇନ ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | September 04, 2019 IST

ଭୁବନେଶ୍ବର ୪: ଲିଙ୍ଗରାଜ ମନ୍ଦିର କାନ୍ଥରେ ଲାଗିଲା ନୋଟିସ୍ । ମନ୍ଦିର କାନ୍ଥରେ ନୋଟିସ୍‌ ମାରିଛି ଦେବୋତ୍ତର ବିଭାଗ । ନୂଆଖାଇ ଛୁଟି ପାଇଁ ଲେଟର ନମ୍ବର ଓ ତାରିଖ ପଡିନଥିବା ସୂଚନା ମିଳିଛି । ଆଜି ସାନି ନୋଟିସ୍ କରାଯିବ ବୋଲି କହିଛି ଦେବୋତ୍ତର ବିଭାଗ । ବଡୁ ନିଯୋଗ ସମିତି ସମ୍ପାଦକଙ୍କ ଉଦ୍ଦେଶ୍ୟରେ ନୋଟିସ୍‌ ମରାଯାଇଛି । ନୂଆଗାଁ ମୌଜାରେ ବେଆଇନ ନିର୍ମାଣ ବନ୍ଦ କରିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଦୁଇ ଦିନ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲି ସକାଳ ୭ଟାରୁ ଏଯାଏଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ । ମହାପ୍ରଭୁଙ୍କ ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଦାବିରେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଅଡ଼ି ବସିଛନ୍ତି । ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗରୁ ମନ୍ଦିରରେ ନୀତିକାନ୍ତି ହୋଇପାରିନି । ନିଜର ସ୍ବାର୍ଥ ପାଇଁ ମହାପ୍ରଭୁଙ୍କ ନୀତିକୁ ବଳି ପକାଇଦେଇଛନ୍ତି ଲିଙ୍ଗରାଜଙ୍କ ସେବାୟତ । ବଡୁ ନିଯୋଗ ଜମି ଜବରଦଖଲ କରିଥିବା ଅଭିଯୋଗରେ ସିଧାସଳଖ ପ୍ରଶାସନକୁ ଦାୟୀ କରିଛନ୍ତି ଉଭୟ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ।

ନୂଆଗାଁ ମୌଜା ଗଙ୍ଗୁଆ ନାଳ ପାଖରେ ଥିବା ଜମିରୁ ଜବରଦଖଲ ଉଚ୍ଛେଦ ଦାବି ହୋଇଛି । ଲିଙ୍ଗରାଜ ଏତେ ସମୟ ଧରି ଓପାସ ରହିବାକୁ ନେଇ ଭକ୍ତ ଚିନ୍ତାରେ ।

{"id":152836}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.