ଜମି ଅଧିଗ୍ରହଣ ପାଇଁ ଶ୍ରୀମନ୍ଦିର ଚାରିପାଖରେ ୩ଶହ ପ୍ଲଟ୍ ଚିହ୍ନଟ : ବିଜ୍ଞପ୍ତି ପରେ ପଶ୍ଚିମଦ୍ବାରରେ ଲାଗିଲା ନୋଟିସ୍

Published By : Prameya-News7 Bureau | September 26, 2019 IST

ପୁରୀ ୨୬।୯: ପୁରୀ ସହରରେ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ଜାରି ହେବା ପରେ ବିଧିବଦ୍ଧ ଭାବେ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଭଗବତୀ କୋଠରେ ନୋଟିସ୍ ଲଗାଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି । ଏକ ମାସ ମଧ୍ୟରେ ସର୍ବେକ୍ଷଣ କାର୍ଯ୍ୟ ସାରିବାକୁ ଧାର୍ଯ୍ୟ କରାଯାଇଛି । ଯେଉଁ ୫ଟି ସାହିରୁ ଜମି ଅଧିଗ୍ରହଣ ହେବ ୫ଟି ସାହି ପାଇଁ ଗଠନ ହୋଇଛି ୫ ଟିମ୍ । ଏହି ଟିମ୍ ରେ ୫ ଶିକ୍ଷାନବୀଶ ଆଇଏଏସ କାର୍ଯ୍ୟକୁ ତ୍ବରାନ୍ବିତ କରିବେ ।

{"id":162937,"width":579,"height":427}

ଅଧିଗ୍ରହଣ ପାଇଁ ମନ୍ଦିର ଚତୁଃପାର୍ଶ୍ବର ୩ଶହ ପ୍ଲଟ୍ ଚିହ୍ନଟ କରାଯାଇଛି । ସେ ମଧ୍ୟରୁ ୨୩୦ଟି ସ୍ଥିତିବାନ ଘରୋଇ ଜାଗା ଏବଂ ୭୦ଟି ସରକାରୀ ଜାଗା ରହିଛି । ଶ୍ରୀମନ୍ଦିର ନିକଟ ୫ଟି ସାହିରୁ ୧୫ଏକର ଜମି ଅଧିଗ୍ରହଣ ହେବ । ଏଥିରେ ସରକାରୀ ଓ ବେସରକାରୀ ଜମି ସାମିଲ ଅଛି । ପ୍ରଭାବିତ ଅଞ୍ଚଳରେ ସୋସିଆଲ ଇମ୍ପାକ୍ଟ ଆସେସମେଣ୍ଟ ସର୍ବେକ୍ଷଣ ହେବ । ସମସ୍ତ ସାହିବାସୀଙ୍କ ପରାମର୍ଶ କ୍ରମେ ଏହି ସର୍ବେକ୍ଷଣ ହେବ । ପ୍ରଭାବିତଙ୍କ ସହ ଆଲୋଚନା କରି ଆସିବ ଚୂଡ଼ାନ୍ତ ରିପୋର୍ଟ । ଗ୍ରାମସଭା କିମ୍ବା ଭୂମି ମାଲିକଙ୍କ ସହମତି ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.