ନନଭେଜ ଖାଦ୍ୟ ବିକ୍ରିକୁ ନେଇ ଜୋମାଟୋ ଏବଂ ସ୍ବିଗିକୁ ଜାରି କରାଗଲା ନୋଟିସ୍
17/03/2019 at 11:58 AM

ହରିଦ୍ବାର ୧୭/୩: ଉତ୍ତରାଞ୍ଚଳର ସରକାରର ଖାଦ୍ୟ ସୁରକ୍ଷା ବିଭାଗ ଅନଲାଇନ୍ ଫୁଡ ଡେଲିଭରି ଓ୍ବେବସାଇଟ୍ ଜୋମାଟୋ ଏବଂ ସ୍ବିଗିକୁ ଏକ ନୋଟିସ୍ ଜାରି କରିଛି। ହରିଦ୍ବାରର ନିଷିଦ୍ଧ ଅଞ୍ଚଳରେ ନନଭେଜ ଖାଦ୍ୟ ସପ୍ଲାଏ କରିବା ଅଭିଯୋଗରେ ବିଭାଗ ଦୁଇ କମ୍ପାନୀକୁ ନୋଟିସ ଜାରି କରି ଉତ୍ତର ମାଗିଛି। ଅପରପକ୍ଷରେ ହରିଦ୍ବାରର ଜିଲ୍ଲା ପ୍ରଶାସନ ଏହି ମାମଲାକୁ ଯାଞ୍ଚ କରିବାକୁ କହିଛନ୍ତି।
ବାସ୍ତବରେ ଧାର୍ମିକ ଭାବନାକୁ ଆଖି ଆଗରେ ରଖି ହରିଦ୍ବାର ନଗର ନିଗମ ସହରରେ ନନଭେଜ ଖାଦ୍ୟ ବିକ୍ରି ଉପରେ ନିଷେଧାଦେଶ ଜାରି କରିଛି। କିନ୍ତୁ ଏହା ସତ୍ତେ୍ବ ଅନଲାଇନ୍ ଫୁଡ ଡେଲିଭରି ଓ୍ବେବସାଇଟ୍ ଦ୍ବାରା ସହରର କେତେକ ଅଞ୍ଚଳରେ ନନଭେଜ ଖାଦ୍ୟ ଡେଲିଭରି କରିବା ଘଟଣା ସାମନାକୁ ଆସିଛି। ଯେଉଁଥିପାଇଁ ଯୋମାଟୋ ଏବଂ ସ୍ବିଗିକୁ ନୋଟିସ ଜାରି କରାଯାଇଛି।