Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଭୋପାଲ ନବାବ୍‌ଙ୍କ ଉତ୍ତରାଧିକାରୀ ଶର୍ମିଲା ଟାଗୋର୍ ଓ ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ନୋଟିସ୍

16/07/2020 at 12:05 PM

ଭୋପାଲ ୧୬/୦୭ : ଭୋପାଲ ନବାବଙ୍କ ସମ୍ପତ୍ତି ମାମଲାରେ ବରିଷ୍ଠ ଫିଲ୍ମ ଅଭିନେତ୍ରୀ ଶର୍ମିଲା ଟାଗୋର ଓ ସୈଫ ଅଲ୍ଲୀ ଖାନଙ୍କ ସମେତ ପରିବାରର ସମସ୍ତ ଉତ୍ତରାଧିକାରୀଙ୍କୁ ନୋଟିସ ଜାରି କରାଯାଇଛି | ମାମଲା ଚିକଲୋଦ ଅଞ୍ଚଳର ଜମିର | ଏହି ଅଞ୍ଚଳର ଡଜନରୁ ଅଧିକ ଗାଁ ୪ ହଜାର ଏକର ଜମିର ସିଲିଙ୍ଗ କରାଯିବାର ଅଛି | ସେହି ମାମଲାରେ ନବାବ ପରିବାରର ସମସ୍ତ ଉତ୍ତରାଧିକାରୀଙ୍କୁ ନୋଟିସ ଜାରି କରାଯାଇଛି | ଉତ୍ତରାଧିକାରୀଙ୍କୁ ଜୁଲାଇ ୨୦ ତାରିଖରେ କୋର୍ଟରେ ନିଜର ପକ୍ଷ ରଖିବାକୁ ହେବ |

ଯେଉଁମାନଙ୍କୁ ନୋଟିସ ଜାରି କରାଯାଇଛି ସେମାନଙ୍କ ମଧ୍ୟରେ ନବାବ ମନସୁର ଅଲି ଖାନ, ପଟୌଦି ଉତ୍ତରାଧିକାରୀ ଶର୍ମିଲା ଟାଗୋର, ସୈଫ ଅଲି ଖାନ, ସୋହା ଅଲି ଖାନ, ସବାଙ୍କ ସହିତ ପଟୌଦିଙ୍କ ଭଉଣୀ ଏବଂ ତାଙ୍କ ଶିଶୁ ମଧ୍ୟ ସାମିଲ ଅଛନ୍ତି | ସମସ୍ତଙ୍କୁ ଜୁଲାଇ ୨୦ ତାରିଖରେ କୋର୍ଟରେ ଉପସ୍ଥିତ ହୋଇ ନିଜ ପକ୍ଷ ରଖିବାକୁ କୁହାଯାଇଛି | ବାଫନା ଗ୍ରୁପ ଏହି ଜମି କିଣିଥିଲେ | ଏବେ ତାଙ୍କ ଓକିଲ ଦୀନେଶ ଭାର୍ଗବ କହୁଛନ୍ତି ଯେ ୧୯୮୪ ମସିହାରେ ବାଫନା ଗ୍ରୁପ ନବାବଙ୍କ ଠାରୁ ଏହି ସମ୍ପତ୍ତି କିଣିଥିଲେ | ସମ୍ପତ୍ତିର ନାମାନ୍ତରଣ ପାଇଁ ଆବେଦନ କରାଯାଇଛି | ଯେପର୍ଯ୍ୟନ୍ତ ନାମାନ୍ତର ନ ହୁଏ ସେପର୍ଯ୍ୟନ୍ତ ସମ୍ପତ୍ତିର ସିଲିଙ୍ଗ ହୋଇପାରିବ ନାହିଁ | ଏହି ଜମି ଉପରେ ଗୋଟିଏ ଖବରକାଗଜ ଗ୍ରୁପ କବଜା କରିଛି ବୋଲି ଓକିଲ କହିଛନ୍ତି |

ଭୋପାଲ ନବାବଙ୍କ ସମ୍ପତ୍ତିକୁ ନେଇ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମାମଲା ଚାଲିଛି | ୭ରୁ ଅଧିକ ଗାଁରେ ୪ ହଜାର ଏକର ଜମିରେ ନବାବଙ୍କ ଚାଷଜମି ଅଛି | ଏଥିରୁ ୬୦୦ ଏକର ଜମିରେ ଏକ ପୋଖରୀ, ୨ ହଜାର ୩୦୦ ଏକର ଜମିରେ ଜଙ୍ଗଲ ଓ ୧୨୦୦ ଏକର ଜମି ଚାଷଜମି | ଏଠାରେ ଏକ ବିମାନବନ୍ଦର ତିଆରି ହୋଇଛି |

ପାଖାପାଖି ୨ ବର୍ଷ ପୂର୍ବରୁ ଭୋପାଲ, ସିହୋର, ରାୟସେନ ଜିଲ୍ଲାରେ ୪ ହଜାର ଏକର ଜମି ମାମଲା ସାମ୍ନାକୁ ଆସିବା ପରେ ତତ୍କାଳୀନ ଅତିରିକ୍ତ କମିଶନର ରାଜେଶ ଜୈନ ୧୯୭୧ ମସିହାର ରାଜସ୍ବ ରେକର୍ଡ ବାହାର କରିଥିଲେ | ୧୯୬୧ ମସିହାରେ ସିଲିଙ୍ଗ ଆକ୍ଟ ଆସିଥିଲା | ବ୍ୟବସ୍ଥା ଅନୁଯାୟୀ, ଯାହା ପାଖରେ ୫୪ ଏକରରୁ ଅଧିକ ଜମି ଥିଲା, ସେମାନଙ୍କୁ ଏହି ଆକ୍ଟ ଅନ୍ତର୍ଭୁକ୍ତ କରାଯାଇଥିଲା | ସେ ଅନୁସାରେ ଭୋପାଲ ନବାବଙ୍କ ୧୩୩ ବ୍ୟକ୍ତିଗତ ସମ୍ପତ୍ତିକୁ ଛାଡି ବାକି ସମସ୍ତ ଜମିକୁ ପରିସର ଭୁକ୍ତ କରାଯାଇଥିଲା | କିନ୍ତୁ ଅଫିସରଙ୍କ ଭୁଲ ଯୋଗୁଁ କିଛି ଜମି ସରକାରୀ ରେକର୍ଡ ଅନ୍ତର୍ଭୁକ୍ତ ହୋଇନଥିଲା | ଏଥିରେ ଭୋପାଲର ଏହିସବୁ ଜମି ମଧ୍ୟ ସାମିଲ ରହିଛି | ଏହି ସମ୍ପତ୍ତିକୁ ମଧ୍ୟ ସିଲିଙ୍ଗ ପରିସର ଭୁକ୍ତ କରାଯିବାର ଥିଲା | ଅନେକ ଦିନ ଧରି ଚାଲି ଆସୁଥିବା ଏହି ବିବାଦକୁ ନେଇ ପୁଣି ଠାରେ ନୋଟିସ ଜାରି କରାଯାଇଛି | ନୋଟିସ ଅନୁଯାୟୀ ନବାବ ପରିବାରର ଉତ୍ତରାଧିକାରୀଙ୍କୁ ଜୁଲାଇ ୨୦ ତାରିଖରେ କୋର୍ଟରେ ପେସ ହୋଇ ନିଜ ପକ୍ଷ ରଖିବାକୁ ହେବ |

   Related Posts