କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ୍ ବ୍ୟାଙ୍କ ଯୌନ କେଳେଙ୍କାରୀ ମାମଲାରେ ନୂଆ ମୋଡ଼ , ପ୍ରମୋଦଙ୍କୁ ହେବ ନୋଟିସ
2/11/2019 at 5:51 PM

କେନ୍ଦ୍ରାପଡା୨|୧୧: କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ୍ ବ୍ୟାଙ୍କ ଯୌନ କେଳେଙ୍କାରୀ ମାମଲାରେ ପୀଡିତାର ବୟାନ ରେକର୍ଡ କରିଛି ଲୋକାଲ କଂପ୍ଲେୟାଣ୍ଟ କମିଟି ବା LCC । ଆଜି କମିଟି ନିକଟରେ ହାଜର ହୋଇ ପୀଡିତା ନିଜର ପକ୍ଷ ରଖିଛନ୍ତି ।ଅଭିଯୁକ୍ତ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ୍ ଲିମିଟେଡ୍ର ସଭାପତି ପ୍ରମୋଦ ସାହୁଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିବ ଏଲ୍ସିସି । ଅନ୍ୟପକ୍ଷରେ ନିଜ ସୁରକ୍ଷା ନେଇ ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପୀଡ଼ିତା ଦାବି କରିଛନ୍ତି ।…

କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ୍ ବ୍ୟାଙ୍କ ଯୌନ କେଳେଙ୍କାରୀ ମାମଲାରେ ନୂଆ ମୋଡ଼ ।ପୀଡ଼ିତା ଆଜି ଲୋକାଲ କଂପ୍ଲେୟାଣ୍ଟ କମିଟି-ଏଲ୍ସିସି ଆଗରେ ହାଜର ହୋଇ ନିଜର ବୟାନ ଦେଇଛନ୍ତି ।ଅଭିଯୁକ୍ତ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କ ସଭାପତି ପ୍ରମୋଦ ସାହୁଙ୍କୁ ହାଜର ହେବାକୁ ନୋଟିସ୍ ଜାରିକରିବ ଏଲ୍ସିସି ।ଜିଲ୍ଲା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟାଳୟରେ ଲୋକାଲ କଂପ୍ଲେୟାଣ୍ଟ କମିଟି ବା ଏଲସିସି ଆଗରେ ହାଜର ହୋଇ ହୋଇ ପୀଡ଼ିତା ନିଜର ପକ୍ଷ ରଖିଛନ୍ତି ।କମିଟି ପ୍ରାୟ ଅଢେଇ ଘଣ୍ଟାକାଳ ପୀଡିତାଙ୍କୁ ମାମଲା ସଂପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।ପୀଡିତା କମିଟି ପାଖରେ ଅଭିଯୁକ୍ତ ଓ ତାଙ୍କ ମଧ୍ୟରେ ହୋଇଥିବା ଫୋନ୍ କଥାବାର୍ତ୍ତାର ଅଡିଓ ସିଡି ଏବଂ କିଛି ଦସ୍ତାବିଜ୍ ଜମା କରିଥିଲେ ।

ଏଲ୍ସିସି ପକ୍ଷରୁ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି ।…

ପୀଡ଼ିତା ନ୍ୟୁଜ୍ 7କୁ ଦେଇଥିବା ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ।ତାଙ୍କୁ ବିଭିନ୍ନ ସମୟରେ ଧମକ ଚମକ ଦିଆଯାଉଛି ।ଏମିତିକି ତାଙ୍କ ପରିବାର ପ୍ରତି ମଧ୍ୟ ବିପଦ ରହିଛି ।ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି ପୀଡ଼ିତା ।ପୀଡ଼ିତାଙ୍କୁ ନ୍ୟାୟ ଦାବି କରି କଳା ବ୍ୟାଜ୍ ପିନ୍ଧିଛନ୍ତି ସାମାଜିକ ଅନୁଷ୍ଠାନ ଓଡ଼ିଶା ଜନସେବା ସଂଗଠନର କର୍ମକର୍ତ୍ତା ।ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବାକୁ ଦାବି କରିଛନ୍ତି ଓଡ଼ିଶା ଜନସେବା ସଂଗଠନର କର୍ମକର୍ତ୍ତା ।…

ଅଭିଯୁକ୍ତ ପ୍ରମୋଦ ସାହୁଙ୍କ କାରନାମାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଥିବା ବେଳେ କେନ୍ଦ୍ରାପଡ଼ା ପୋଲିସ କିନ୍ତୁ ଏଯାଏ କୌଣସି ତଦନ୍ତ ଆରମ୍ଭ ନକରି ଚୁପ୍ ବସିରହିଛି ।ମାମଲାର ତଦନ୍ତ ବାହାନାରେ ୬ ମାସ ବିତିଯାଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।…
