ସରକାରୀ କ୍ବାର୍ଟର ଖାଲି କରିବାକୁ ୨୧ ପୂର୍ବତନ ବିଧାୟକଙ୍କୁ ନୋଟିସ୍ ଜାରି

Published By : Prameya-News7 Bureau | August 01, 2019 IST

ଭୁବନେଶ୍ବର ୧|୮:  ପୂର୍ବତନ ବିଧାୟକଙ୍କୁ ସରକାରୀ କ୍ବାର୍ଟର ଖାଲି କରିବାକୁ ନୋଟିସ୍ ଜାରି କରାଯାଇଛି । ୨୧ ପୂର୍ବତନ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ବିଧାନସଭା ସଚିବ । ୧୦ଦିନ ମଧ୍ୟରେ ସରକାରୀ କ୍ବାର୍ଟର ଖାଲି କରିବାକୁ ନୋଟିସ୍ ଜାରି କରାଯାଇଛି । ଦ୍ବିତୀୟ ଥର ପାଇଁ ସେମାନଙ୍କୁ ଏହି ନୋଟିସ୍ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ବିଧାନସଭା ଆରମ୍ଭ ହୋଇସାରିଥିଲେ ମଧ୍ୟ କ୍ବାର୍ଟର ଅଭାବରୁ ବହୁ ବିଧାୟକ ଷ୍ଟେଟ ଗେଷ୍ଟ ହାଉସ୍ ସମେତ ବିଭିନ୍ନ ହୋଟେଲ ରେ ରହୁଛନ୍ତି । ବିଧାୟକମାନେ କ୍ବାର୍ଟର ପାଇଁ ବାରମ୍ବାର ଦାବି କରିଆସୁଛନ୍ତି । ଅପରପକ୍ଷରେ ହାରିଯାଇଥିବା ବିଧାୟକମାନେ କ୍ବାର୍ଟର ମାଡିବସିଥିବାରୁ କ୍ବାର୍ଟର ଅଭାବ ଲାଗିରହିଛି । ଫଳରେ ଦ୍ବିତୀୟ ଥର ପାଇଁ ପୂର୍ବତନ ୨୧ ବିଧାୟକଙ୍କୁ ନୋଟିସ୍ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.