Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଚିଟଫଣ୍ଡ କମ୍ପାନୀ ହାଜର ହୋ… ୫୭୬ଟି ଚିଟଫଣ୍ଡ କମ୍ପାନୀକୁ ହାଜର ହେବାକୁ ନୋଟିସ

9/03/2019 at 5:53 PM

ଭୁବନେଶ୍ୱର ୯/୩ : ଚିଟଫଣ୍ଡ କମ୍ପାନୀଙ୍କୁ ପବ୍ଲିକ ନୋଟିସ । ଖବର କାଗଜରେ ନୋଟିସ ଜାରି ରଖିଛନ୍ତି ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଏମ.ଏମ୍ ଦାସ କମିଶନ । ଏପ୍ରିଲ ୧୫ରୁ ସେପ୍ଟେମ୍ବର ୨୪ ମଧ୍ୟରେ ୫୭୬ଟି ଚିଟଫଣ୍ଡ କମ୍ପାନୀକୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଚିହ୍ନଟ ହୋଇଥିବା କମ୍ପାନୀରୁ ସରକାର ଅର୍ଥ ଆଦାୟ କରି କ୍ଷତିଗ୍ରସ୍ତ ମାନଙ୍କୁ ଅର୍ଥ ଫେରସ୍ତ କରି ପାରୁ ନଥିବାବେଳେ ଅନ୍ୟ ମାନଙ୍କ ଠିକଣା ଖୋଜିବା ଏକ ଚାଲ ବୋଲି କହିଛନ୍ତି ବିରୋଧୀ । ସେପଟେ ଅର୍ଥମନ୍ତ୍ରୀଙ୍କ ଯୁକ୍ତି ସରକାର ଅର୍ଥ ଫେରାଇବାକୁ ପଦକ୍ଷେପ ନେଉଛନ୍ତି ।….


ଚିଟ୍ଫଣ୍ଡ କମ୍ପାନୀ ହାଜର ହୋ ।…. ଚିଟଫଣ୍ଡ କମ୍ପାନୀଙ୍କୁ ପବ୍ଲିକ ନୋଟିସ ଇସ୍ୟୁ କରିଛନ୍ତି ଜଷ୍ଟିସ ଏମ.ଏମ୍ ଦାସ କମିଶନ । ଏପ୍ରିଲ ୧୫ରୁ ସେପ୍ଟେମ୍ବର ୨୪ ମଧ୍ୟରେ ୫୭୬ଟି ଚିଟଫଣ୍ଡ କମ୍ପାନୀକୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ଟି କାଟାଗୋରିରେ ନୋଟିସ ଜାରି ହୋଇଛି । ୧୯୯ କମ୍ପାନୀର ଠିକଣା ଥାଇ ହାଜର ହେଉନଥିବା ବେଳେ ଖୋଜ ଖବର ନଥିବା ୩୭୭ କମ୍ପାନୀକୁ ଖବରକାଗଜ ଜରିଆରେ ନୋଟିସ ଜାରି କରିଛନ୍ତି କମିଶନ ।

ହେଲେ କମିଶନଙ୍କ ଏପରି ନୋଟିସକୁ କିନ୍ତୁ ସହଜରେ ଗ୍ରହଣ କରିନି ମିଳିତ କ୍ଷତିଗ୍ରସ୍ତଜମାକାରୀ ମଞ୍ଚ । କ୍ଷତିଗ୍ରସ୍ତ ଜମାକାରୀଙ୍କ ଯୁକ୍ତି କମିଶନ ଏବେ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ତଦନ୍ତ ଆରମ୍ଭରୁ ନେବା କଥା । ଏମିତିକି ଯେଉଁ ମାନଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କ ଠୁ ଅର୍ଥ ଆଦାୟ ହୋଇପାରୁନି କି କ୍ଷୁଦ୍ର ଜମାକାରୀ ମାନଙ୍କୁ ଫେରସ୍ତ ହେଉନି । ସରକାର ଓ କମିଶନ କେବଳ ସମୟ ଗଡାଇ ଚାଲିଛନ୍ତି । ନିର୍ବାଚନ ଥିବାରୁ ଏପରି ହେଉଛି ।


୨୦୧୪ ନିର୍ବାଚନ ସମୟରେ ଚିଟପଣ୍ଡ ଏକ ପ୍ରସଙ୍ଗ ହୋଇଥିଲା । ଜମାକାରୀମାନଙ୍କୁ ଅର୍ଥ ଫେରାଇବାକୁ ରାଜ୍ୟ ସରକାର ୩ଶହ କୋଟିର କର୍ପସ ଫଣ୍ଡ କରିଥିଲେ । ଜମାକାରୀ ଓ ଚିଟଫଣ୍ଡ କମ୍ପାନୀଙ୍କୁ ଚିହ୍ନଟ କରିବାକୁ ତଦନ୍ତ କମିଶନ ବସିଲା । ହେଲେ ୫ ବର୍ଷ ପରେ ବି କ୍ଷତିଗ୍ରସ୍ତଙ୍କୁ ଅର୍ଥ ମିଳିଲାନି । ଏବେ ନିର୍ବାଚନ ଥିବାରୁ ସରକାର ପୁଣି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ବିରୋଧୀ କହିଛନ୍ତି । ସେପଟେ ଅର୍ଥମନ୍ତ୍ରୀଙ୍କ ଯୁକ୍ତି କେନ୍ଦ୍ରର ହୁଗୁଳା ଆଇନ ଯୋଗୁ ମଲଟି ଷ୍ଟେଟ୍ କୋ- ଅପରେଟିଭ ସଂସ୍ଥା ମାଧ୍ୟମରେ ଅନେକ ଚିଟ୍ଫଣ୍ଡ କଂପାନୀ ଗଢିଥିବାରୁ ସମସ୍ୟା ହୋଇଛି ।


ରାଜ୍ୟର ପାଖାପାଖି ୫୦ ଲକ୍ଷ ଜମାକାରୀ ଚିଟପଣ୍ଡ କମ୍ପାନୀରେ ନିଜର ଅର୍ଥ ହରାଇଛନ୍ତି । ଏହାକୁ ନେଇ ସରକାର ତଦନ୍ତ କମିଶନ ବସାଇଛନ୍ତି । ହେଲେ ଏଯାଏଁ କ୍ଷତିଗ୍ରସ୍ତ ଜମାକାରୀ ଅର୍ଥ ଫେରିପାଇ ନାହାନ୍ତି ।

   Related Posts